ଆଞ୍ଚଳିକ ଅମ୍ରିତ ମହୋତ୍ସବ ଅବସରରେ ୧୧୮ ୟୁନିଟ ରକ୍ତ ସଂଗ୍ରହ Angul OnlineNovember 7, 2021November 7, 2021 ଅନୁଗୁଳ – ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ଆଜାଦିକା ଅମ୍ରିତ ମହୋତ୍ସବ ଅବସରରେ ଏକ ବୃହତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଏପି ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରୁ ମୋଟ ୧୧୮ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହାପ୍ରବନ୍ଧକ ଏସଏନ ସାହୁ , ସୁଧିର ପଟ୍ଟନାୟକଙ୍କ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ନାଲକୋ ଲୋକ ସମ୍ପର୍କ ଓ କର୍ପୋରେଟ କମୁନିକେସନ ବିଭାଗର ଡିଜିଏମ୍ ରାଜାରାମ ମିଶ୍ର, ଜିଏସ୍ ପଣ୍ଡା, ଲୋକସମ୍ପର୍କ ଅଧିକାରୀ ସମୀର ମାଝୀଙ୍କ ଦ୍ବାର ପରିଚାଳିତ ଏହି ଶିବିରରେ ନାଲକୋ କର୍ମଚାରୀ, ସିଆଇଏସ୍ଏଫ୍, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ପାଶ୍ବବର୍ତ୍ତୀ ଅଞ୍ଚଳର ଜନସାଧାରଣ ରକ୍ତଦାନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ଅଧିକାରୀ ଡା ସତ୍ୟବ୍ରତ ପାଟଯୋଶୀଙ୍କ ସହ କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହାୟତା କରିଥିଲେ । Advertisement
ଗାନ୍ଧୀ ହତ୍ୟାର ଅକୁହା କଥା ଉନ୍ମୋଚନ ଅନୁଗୁଳ – ନିଜର ସତ୍ୟ ଅହିଂସାର ବିଚାରଧାରାକୁ ସମଗ୍ର ସମାଜରେ ପରିବ୍ୟାପ୍ତ କରିବାକୁ ପ୍ରୟାସ କରିଥିବା ମହାତ୍ମା ଗାନ୍ଧୀ ଯେ ବଧ ଯୋଗ୍ୟ , ସବରକର ଇଂଲଣ୍ଡ…
ଗ୍ରାମୀଣ ବାଳିକାଙ୍କୁ ସ୍ଵୟଂପ୍ରଭା ସମ୍ମାନ ପ୍ରଦାନ ଅନୁଗୁଳ – ରକ୍ତହୀନତାରୁ ସୁସ୍ଥ ହେବା ସହ ଶିକ୍ଷା ତଥା ଅନ୍ୟାନ୍ୟ ଅତିରିକ୍ତ ପାଠ୍ୟକ୍ରମ ଗତବିଧିରେ ସଫଳତାର ଏକ ଦୃଷ୍ଟାନ୍ତ ଭାବେ ପରିଚୟ ପାଇଥିବା ଦୁଇ ଜଣ…
ଯାଗା ମିଶନରେ ବସ୍ତି ବାସିନ୍ଦାଙ୍କ ଥଇଥାନ କରିବାକୁ ପରାମର୍ଶ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଯାଗା ମିଶନରେ ବସ୍ତିରେ ରହୁଥିବା ବାସିନ୍ଦାମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଜିଲ୍ଲା ପୌର ଉନ୍ନୟନ ଏଜେନସି ( ଡୁଡା )ର ବିଭିନ୍ନ…