ଆଞ୍ଚଳିକ ଅମ୍ରିତ ମହୋତ୍ସବ ଅବସରରେ ୧୧୮ ୟୁନିଟ ରକ୍ତ ସଂଗ୍ରହ Angul OnlineNovember 7, 2021November 7, 2021 ଅନୁଗୁଳ – ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ଆଜାଦିକା ଅମ୍ରିତ ମହୋତ୍ସବ ଅବସରରେ ଏକ ବୃହତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଏପି ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରୁ ମୋଟ ୧୧୮ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହାପ୍ରବନ୍ଧକ ଏସଏନ ସାହୁ , ସୁଧିର ପଟ୍ଟନାୟକଙ୍କ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ନାଲକୋ ଲୋକ ସମ୍ପର୍କ ଓ କର୍ପୋରେଟ କମୁନିକେସନ ବିଭାଗର ଡିଜିଏମ୍ ରାଜାରାମ ମିଶ୍ର, ଜିଏସ୍ ପଣ୍ଡା, ଲୋକସମ୍ପର୍କ ଅଧିକାରୀ ସମୀର ମାଝୀଙ୍କ ଦ୍ବାର ପରିଚାଳିତ ଏହି ଶିବିରରେ ନାଲକୋ କର୍ମଚାରୀ, ସିଆଇଏସ୍ଏଫ୍, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ପାଶ୍ବବର୍ତ୍ତୀ ଅଞ୍ଚଳର ଜନସାଧାରଣ ରକ୍ତଦାନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ଅଧିକାରୀ ଡା ସତ୍ୟବ୍ରତ ପାଟଯୋଶୀଙ୍କ ସହ କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହାୟତା କରିଥିଲେ । Advertisement
ବରିଷ୍ଠ କିରାଣୀଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣୀ ମିହିର କୁମାର ଜେନାଙ୍କ ପରଲୋକ ହୋଇଛି । ସେ ଆଠମଲ୍ଲିକ ଉପଖଣ୍ଡ ହସ୍ପିଟାଲରେ ଦୀର୍ଘ…
କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ରକୁ ସହାୟତା ପ୍ରଦାନ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ଗୋପୀନାଥପୁର ଗ୍ରାମରେ ଅବସ୍ଥିତ ଥିବା କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ର ରେ ପ୍ରାୟ ୩୫ଜଣ…
ସଂକ୍ରମିତ ଶବଦାହର ବିଳମ୍ବକୁ ନେଇ କଂଗ୍ରେସ ଜିଲ୍ଲା ସଭାପତି ଉଦବେଗ – ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ନିବେଦନ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିପ୍ଲବ ଜେନା କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଶବ ସତ୍କାରର ବିଳମ୍ବ ନେଇ ଗଭୀର…