ରାଜନୀତି ପୁଣି ଜଣେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ Angul OnlineOctober 18, 2024October 18, 2024 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ କୁଶକିଳା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟକୁ ନେଇ ଶୁକ୍ରବାର ଅନୁଗୁଳ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଦେଲେ ୱାର୍ଡ ସଭ୍ୟାସଭ୍ୟ । ସରପଞ୍ଚଙ୍କ ଏହି ମନମୁଖି କାର୍ଯ୍ୟ ବିରୁଦ୍ଧରେ ୧୩ ଜଣ ୱାର୍ଡ ସଭ୍ୟ ସଭ୍ୟା ମାନେ ଏକତ୍ରିତ ହୋଇ ଏକ ବୈଠକ କରିବା ସହିତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣିବାକୁ ପ୍ରସ୍ତାବ ଆଗତ କରିଥିଲେ । କୁଶକିଳା ସରପଞ୍ଚ ସୁଶାନ୍ତ ସାହୁ ୱର୍ଡର୍ ସଭ୍ୟ ସଭ୍ୟା ଓ ନାଏବ ସରପଞ୍ଚଙ୍କୁ ପଞ୍ଚାୟତରେ ହେଉଥିବା ଉନ୍ନୟନ ମୂଳକ କାଯ୍ୟ ନ ଜଣାଇ ନିଜେ କରୁଥିଲେ । ଏପରିକି ଗ୍ରାମରେ ହୋଇଥିବା ମାର୍କେଟ କମ୍ପେକ୍ସ ପାଇଁ ମଞ୍ଜୁର ହୋଇଥିବା ୧୦ଲକ୍ଷ ଟଙ୍କା କାମ ପରେ ସେହି କାମକୁ ପୁନଃରବାର ଦେଖାଇ ପଞ୍ଚାୟତ ପାଣ୍ଠିରୁ ୮ ଲକ୍ଷ ଟଙ୍କା ବିଲ କରାଇ ଆତ୍ମସାତ କରିବା , ଗ୍ରାମରେ ବନ୍ଧ ମାଟି ଖୋଳିବା ଓ ପାର୍କ ପାଇଁ ମାଟି ଖୋଳା ବାବଦକୁ ଖୋଳିବା ଓ ମାଟି ପକାଇ ବିଲ କରି ଆତ୍ମସାତ କରିବା, ଉକ୍ତ ବନ୍ଧରେ ନିଜେ ମାଛ ଛାଡିବା ଦ୍ୱାରା ପଞ୍ଚାୟତର ରାଜକୋଷର କ୍ଷତି ଉପୁଜୁଥିବା , ୱାର୍ଡ ସଭ୍ୟସଭ୍ୟାଙ୍କ ବୈଠକ ଭତ୍ତା ଓ ହରିଶଚନ୍ଦ୍ର ଟଙ୍କାକୁ ସଠିକ ଭାବେ ଦିଆଯାଉ ନଥିବା ଇତ୍ୟାଦି ଉପରେ ଅନିୟମିତତା ହୋଇଥିବାନେଇ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟାସଭ୍ୟ ମାନେ ଅଭିଯୋଗ କରିଛନ୍ତି । ପଞ୍ଚାୟତରେ ହେଉଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ୱାର୍ଡ ସଭ୍ୟାସଭ୍ୟ ସରପଞ୍ଚଙ୍କୁ ପଚାରିବାରୁ କାର୍ଯ୍ୟର ଦୁଇତିନି ଦିନ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟର ସମସ୍ତ ନଥିପତ୍ର ଓ କମ୍ପ୍ୟୁଟର ଚୋରି ହୋଇଥିବା ଶୁଣିଲୁ । ସରପଞ୍ଚ ଦୁର୍ନିତିକୁ ଲୁଚାଇବା ପାଇଁ ଏହିପରି କରିଥିବା ସନ୍ଦେହ କରିଥିବା ନେଇ ଉପ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ସରପଞ୍ଚଙ୍କ ଉପରେ ଆଶା ଭରଶା ନରଖି ଲୋକାଭିମୁଖି କାର୍ଯ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ମତାମତକୁ ଆଦୌ ଗ୍ରହଣ କରୁନାହାନ୍ତି । ତେଣୁ ପଞ୍ଚାୟତର ନାଏବ ସରପଞ୍ଚ ରିଲି ବିଶ୍ୱାଳଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତର ସମସ୍ତ ୧୩ ଜଣ ୱାର୍ଡ ସଭ୍ୟସଭ୍ୟାଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ରକୁ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଗତ ପାଇଁ ଉପଜିଲାପାଳଙ୍କୁ ଦାବି କରି ପ୍ରଦାନ କରିଛନ୍ତି । Advertisement
କଂଗ୍ରେସ ଜିଲ୍ଲା ସଭାପତି ଦେଲେ ଇସ୍ତଫା – ଅମ୍ବିକାଙ୍କୁ ଦାୟୀତ୍ୱ ଅନୁଗୁଳ – ନୀର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ହାଠାତ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ସଂଗ୍ରାମ ମିଶ୍ର ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ…
ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ – ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁତ୍ଵ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଳାକେନ୍ଦ୍ର ପରିସରରେ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି…
ସୁଦିପଙ୍କୁ ନଗର କଂଗ୍ରେସ ସଭାପତି ଦାୟିତ୍ଵ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଉଦୀୟମାନ ଯୁବ ନେତା ସୁଦିପ୍ ମିଶ୍ର (ଲାଟା) ଙ୍କ ଗୁରୁତ୍ୱ କଂଗ୍ରେସ ଦଳରେ ବଢିବାକୁ ଲାଗିଛି । ସୁଦିପ୍ ପୁର୍ବରୁ ଛାତ୍ର…