ରାଜନୀତି ପୁଣି ଜଣେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ Angul OnlineOctober 18, 2024October 18, 2024 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ କୁଶକିଳା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟକୁ ନେଇ ଶୁକ୍ରବାର ଅନୁଗୁଳ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଦେଲେ ୱାର୍ଡ ସଭ୍ୟାସଭ୍ୟ । ସରପଞ୍ଚଙ୍କ ଏହି ମନମୁଖି କାର୍ଯ୍ୟ ବିରୁଦ୍ଧରେ ୧୩ ଜଣ ୱାର୍ଡ ସଭ୍ୟ ସଭ୍ୟା ମାନେ ଏକତ୍ରିତ ହୋଇ ଏକ ବୈଠକ କରିବା ସହିତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣିବାକୁ ପ୍ରସ୍ତାବ ଆଗତ କରିଥିଲେ । କୁଶକିଳା ସରପଞ୍ଚ ସୁଶାନ୍ତ ସାହୁ ୱର୍ଡର୍ ସଭ୍ୟ ସଭ୍ୟା ଓ ନାଏବ ସରପଞ୍ଚଙ୍କୁ ପଞ୍ଚାୟତରେ ହେଉଥିବା ଉନ୍ନୟନ ମୂଳକ କାଯ୍ୟ ନ ଜଣାଇ ନିଜେ କରୁଥିଲେ । ଏପରିକି ଗ୍ରାମରେ ହୋଇଥିବା ମାର୍କେଟ କମ୍ପେକ୍ସ ପାଇଁ ମଞ୍ଜୁର ହୋଇଥିବା ୧୦ଲକ୍ଷ ଟଙ୍କା କାମ ପରେ ସେହି କାମକୁ ପୁନଃରବାର ଦେଖାଇ ପଞ୍ଚାୟତ ପାଣ୍ଠିରୁ ୮ ଲକ୍ଷ ଟଙ୍କା ବିଲ କରାଇ ଆତ୍ମସାତ କରିବା , ଗ୍ରାମରେ ବନ୍ଧ ମାଟି ଖୋଳିବା ଓ ପାର୍କ ପାଇଁ ମାଟି ଖୋଳା ବାବଦକୁ ଖୋଳିବା ଓ ମାଟି ପକାଇ ବିଲ କରି ଆତ୍ମସାତ କରିବା, ଉକ୍ତ ବନ୍ଧରେ ନିଜେ ମାଛ ଛାଡିବା ଦ୍ୱାରା ପଞ୍ଚାୟତର ରାଜକୋଷର କ୍ଷତି ଉପୁଜୁଥିବା , ୱାର୍ଡ ସଭ୍ୟସଭ୍ୟାଙ୍କ ବୈଠକ ଭତ୍ତା ଓ ହରିଶଚନ୍ଦ୍ର ଟଙ୍କାକୁ ସଠିକ ଭାବେ ଦିଆଯାଉ ନଥିବା ଇତ୍ୟାଦି ଉପରେ ଅନିୟମିତତା ହୋଇଥିବାନେଇ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟାସଭ୍ୟ ମାନେ ଅଭିଯୋଗ କରିଛନ୍ତି । ପଞ୍ଚାୟତରେ ହେଉଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ୱାର୍ଡ ସଭ୍ୟାସଭ୍ୟ ସରପଞ୍ଚଙ୍କୁ ପଚାରିବାରୁ କାର୍ଯ୍ୟର ଦୁଇତିନି ଦିନ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟର ସମସ୍ତ ନଥିପତ୍ର ଓ କମ୍ପ୍ୟୁଟର ଚୋରି ହୋଇଥିବା ଶୁଣିଲୁ । ସରପଞ୍ଚ ଦୁର୍ନିତିକୁ ଲୁଚାଇବା ପାଇଁ ଏହିପରି କରିଥିବା ସନ୍ଦେହ କରିଥିବା ନେଇ ଉପ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ସରପଞ୍ଚଙ୍କ ଉପରେ ଆଶା ଭରଶା ନରଖି ଲୋକାଭିମୁଖି କାର୍ଯ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ମତାମତକୁ ଆଦୌ ଗ୍ରହଣ କରୁନାହାନ୍ତି । ତେଣୁ ପଞ୍ଚାୟତର ନାଏବ ସରପଞ୍ଚ ରିଲି ବିଶ୍ୱାଳଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତର ସମସ୍ତ ୧୩ ଜଣ ୱାର୍ଡ ସଭ୍ୟସଭ୍ୟାଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ରକୁ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଗତ ପାଇଁ ଉପଜିଲାପାଳଙ୍କୁ ଦାବି କରି ପ୍ରଦାନ କରିଛନ୍ତି । Advertisement
ଜ୍ୟୋତିର୍ମୟୀ ସରପଞ୍ଚ ସଂଘ ସଭାପତି ଅନୁଗୋଳ – ଅନୁଗୋଳ ଜିଲ୍ଲାର ଆଠଟି ବ୍ଲକକୁ ନେଇ ସରପଞ୍ଚ ସଂଘ , ଅନୁଗୋଳ ଜିଲ୍ଲା ଗଠିତ ହୋଇ ଯାଇଛି । ଆଜି ସହରର ଏକ…
ବିଜେପିର ମୌନ ସତ୍ୟାଗ୍ରହ ଅନୁଗୁଳ – ସାରା ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଧି ଅଭିଯୋଗ ଓ ଚିଲିକାର ବିଜେଡ଼ି ବିଧାୟକ ପ୍ରଶାନ୍ତ ଜଗଦେବ ନିଜେ ଗାଡି ଚଢେଇ ଲୋକଙ୍କୁ ମରଣାତ୍ମକ ଆକ୍ରମଣ କରିବା…
ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଗର୍ଜିଲା କଂଗ୍ରେସ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟରେ ହେଉଥିବା ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ…