ମୁଖ୍ୟ ଖବର ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ Angul OnlineOctober 18, 2024October 18, 2024 ଅନୁଗୁଳ – ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଉପରେ କଠୋର ହୋଇଛି ଅନୁଗୁଳ ପୁଲିସ । ୧୦୦ ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ବିଗତ ଦୁଇ ଦିନ ମଧ୍ୟରେ ଜୋରିମାନା ଆଦାୟ କରାଯାଇଅଛି । ସୂଚନା ଅନୁସାରେ ନୂତନ ଏସ.ପି. ରାହୁଲ ଜୈନ ଅନୁଗୁଳରେ ଯୋଗ ଦେବା ପରେ ଅନୁଗୁଳବାସୀ ଆଶାବାଦୀ ଥିଲେ ଯେ ସଦର ମହକୁମା ହେଉ କିମ୍ବା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଢିଥିବା ଆଇନ ଶ୍ରୁଙ୍ଖଳା ପରିସ୍ଥିତି ଉପରେ ନଜର ଦେବେ । ତେବେ ଅନୁଗୁଳରେ ଯୋଗ ଦେବା ପରେ ପରେ ଏସପି ଜିଲ୍ଲାର ବିରିଷ୍ଠ ପୁଲିସ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପରେ ସ୍ଵତନ୍ତ୍ର ଟିମ ମାନ ଗଠନ କରି ଆକ୍ସନ ମୁଡରେ ରହିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ବେଆଇନ ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ମଦ ମାଫିଆ ମାନଙ୍କୁ ଗିରଫ କରା ଯାଇଛି । ସେହିଭଳି ବିଭିନ୍ନ ସ୍ଥାନରେ ବେଆଇନବା ଭାବେ ଚାଲିଥିବା ବାଣ କାରଖାନାରେ ଚଢାଉ କରା ଯାଇଛି । ଏତିକିରେ ଅନୁଗୁଳ ପୁଲିସ ନ ରହି ବିଭିନ୍ନ ଅସମାଜିକ କାର୍ଯ୍ୟ କଳାପ ଉପରେ କଡା ନଜର ରଖିଛି ପୁଲିସ । ଏପରିକି ଟ୍ରାଫିକ ନିୟମ ଉଲଂଘନ କରିବା , ବେପରୁଆ ଭାବରେ ତିନିଜଣଙ୍କୁ ଦୁଇଚକିଆ ମୋଟର ଯାନରେ ବସାଇ ଗାଡି ଚଲାଉଥିବା ଉପରେ ଜୋରିମାନା କରା ଯାଇଛି । ଗତ ଦୁଇଦିନ ଭିତରେ ୧୦୦ ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ଟ୍ରାଫିକ ନିୟମ ଏବଂ ନିୟମାବଳୀ ମାନିବାକୁ ଅନୁଗୁଳ ପୁଲିସ ସମସ୍ତଙ୍କୁ ଅନୁରୋଧ କରିଅଛି। Advertisement
ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ବେଳେ ପ୍ରଧାନଶିକ୍ଷକଙ୍କୁ ଧରିଲେ ଗ୍ରାମବାସୀ ଆଠମଲ୍ଲିକ – ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ବେଳେ ଧରା ପଡିଲେ ପ୍ରଧାନ ଶିକ୍ଷକ । କାର ସହ ମଧ୍ୟାହ୍ନ ଭୋଜନ ଚାଉଳ ପୋଲିସକୁ ହସ୍ତାନ୍ତର କଲେ…
୨୧ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ, ପୁଲିସ ଓ ବନବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ, ପୁଲିସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ଛେଣ୍ଡିପଦା ବ୍ଲକ ବକଳା ଗାଁରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର…
ମୋଟରସାଇକେଲ – ସ୍କୁଟର ଧକ୍କା ଜଣେ ମୃତ , ଜଣେ ଗୁରୁତର ଅନୁଗୋଳ – ଅନୁଗୋଳ ଟାଉନ୍ ଥାନା କୁରୁଡୁଲ ଠାରେ ଏକ ମୋଟରସାଇକେଲ ଏବଂ ସ୍କୁଟର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ସ୍କୁଟର ଚାଳକଙ୍କ ମୃତ୍ୟୁ ହୋଇଥିବା…