ଅପରାଧମୁଖ୍ୟ ଖବର ଚୋରା ମଦ ,ଡିଜେଲ ,ଗୁଟଖା ଚୋରା କାରବାରରେ ୫ ଗିରଫ Angul OnlineJanuary 20, 2021January 20, 2021 . ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ଠାରେ ବେଆଇନ ଡିଜେଲ ବିକ୍ରି ହେଉଥିବା ଖବର ପାଇ ଅନୁଗୁଳ ସ୍ପେଶିଆଲ ସ୍କ୍ବାର୍ଡ ଓ ନିଶା ଶିଳ୍ପାଂଚଳ ପୋଲିସ ମଙ୍ଗଳବାର ସଂଧ୍ୟାରେ ଚଢାଉ କରି ବିପୁଳ ପରିମାଣର ଡିଜେଲ ଓ ଗୁଟଖା ଓ ବିଦେଶୀ ମଦ ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ପିତାବଳି ଛକରେ ଚୋରା ଡିଜେଲ ବିକ୍ର ହେଉଥିବା ଖବର ପାଇ ଚଢାଉ କରିଥିଲେ । ଚଢାଉ ବେଳେ ପୋଲିସ ସେଠାରେ ୨ଟି ପିକଅପ ଗାଡି ଓ ଏକ କ୍ୟାମ୍ପର ଗାଡି ସହିତ ୧୦୫୦ ଲିଟର ଚୋରା ଡିଜେଲ ଜବତ କରିଥିଲା । ଏହା ସହିତ ଏହି ଘଟଣାରେ ସଂପୃକ୍ତ ଥିବା ଉଦୟ କୁମାର ନାଥ ,ମନୋଜ କଅଁର ,ଧ୍ରୁବ ଚରଣ ପୃଷ୍ଟି ,ପିଙ୍କୁନ ପ୍ରଧାନ ଗିରଫ କରିଥିଲା । ଏହାପରେ ଗିରଫ ଉଦୟ ନାଥ ସାହୁଙ୍କର ପିତାବଳି ଛକରେ ଥିବା ଗ୍ରସରୀ ଦୋକାନ ଉପରେ ଚଢାଉ କରି ୫୦ ବସ୍ତା ଗୁଟଖା ଜବତ କରିଥିଲା । ଏ ନେଇ ଥାନା କେସ ନଂ୧୬/୨୦ରେ ଏକ ମାମଲା ରୁଜୁ କରିବା ସହିତ ୪ଜଣଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ସେହିପରି ଉଦୟ କୁମାର ନାଥଙ୍କ ଭାଇ ପ୍ରଶାନ୍ତ ନାଥ ରହୁଥିବା ଭୁବନପୁର ଗାଁ ଘରେ ବିଦେଶୀ ମଦ ବେଆଇନ ଭାବେ ରଖି ବିକ୍ରି କରୁାଯାଉଥିବା ଖବର ପାଇ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉବେଳେ ୧୧୭୮ଟି ବିଭିନ୍ନ ପ୍ରକାରର ବିଦେଶି ମଦ ଜବତ କରାଯାଇଥିଲା । ଯାହାକି ୩୩୫ ଲିଟରରୁ ଅଧିକ ହେବ ବୋଲି ଜଣାପଡିଛି । ଏନେଇ ନିଶା ଶିଳ୍ପାଂଚଳ ଥାନା କେସ ନଂ୧୫/୨୧ରେ ଏକ ମାମଲା ରୁଜୁ କରାଯାଇ ପ୍ରଶାନ୍ତ କୁମାର ନାଥ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରାଯାଇଛି । ତେବେ ଥାନା ଠାରୁ ମାତ୍ର ୩ କିମି ବ୍ୟବଧାନରେ ଏତେ ପରିମାଣର ଚୋରା ମଦ , ଗୁଟଖା ଏବଂ ଡିଜେଲ ବିକ୍ରି ହେଉଥିବା ସତ୍ବେ ପୋଲିସ କିଭଳି ଆଜିଯାଏ ଟେର ପାଉ ନଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । Advertisement
ଦିହେଁ ଦୁହିଁଙ୍କ ଜାଲରେ ଫସିଲେ ସ୍ୱାମୀ- ସ୍ତ୍ରୀ ଓ ବାପ-ପୁଅ ଗିରଫ ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗଠାରେ ଥିବା ଏକ ବିଉଟି ପାର୍ଲରର ମାଲିକ ଓ ତାଙ୍କ ସ୍ତ୍ରୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ପୁଲିସ ଗିରଫ କରିଛି…
ଏୟାରଫୋର୍ସ କର୍ମଚାରୀ ନାମରେ ବଧୁହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ହିନ୍ଦୋଳ ଅଞ୍ଚଳରେ ବିବାହ କରିଥିବା ଜଣେ ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି । ପଞ୍ଜାବରେ ସ୍ଵାମୀଙ୍କ ସହ ରହୁଥିବା…
ଅଭିନବ ଢଙ୍ଗରେ ୧୨୦ ଟି ଅଣ୍ଡା ପେଟି ଚୋରି – ଦେବଗଡରୁ ଅଣ୍ଡା ଉଦ୍ଧାର , ଦୁଇ ଜଣଙ୍କୁ ବାନ୍ଧିଲା ପୁଲିସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରୁ ଅଭିନବ ଉପାୟରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଣ୍ଡା । ଏହି ଲୁଟ ଅଭିଯୋଗରେ ପୋଲିସ cctv…