ଅପରାଧମୁଖ୍ୟ ଖବର ବିପୁଳ ପରିମାଣର ମଦ ଓ ଡିଜେଲ ଓ ଗୁଟଖା ଜବତ Angul OnlineJanuary 19, 2021January 19, 2021 ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକରେ ଆଜି (ମଙ୍ଗଳବାର ) ସ୍ପେସିଆଲ ସ୍କ୍ବାର୍ଡର ଟିମ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ , ଚୋରା ଡିଜେଲ ଓ ଗୁଟଖା ଜବତ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପିତାବଳୀ ଛକରେ ଥିବା ଏକ ରାସନ ଦୋକାନରେ ବିଦେଶୀ ମଦ , ଚୋରା ଡିଜେଲ ମିଳୁଥିବା ସୂଚନା ପାଇ ସ୍ପେସିଆଲ ସ୍କ୍ବାର୍ଡ ଚଢାଉ କରିଥିଲା । ଚଢାଉ ବେଳେ ଉକ୍ତ ରାସନ ଦୋକାନ ସମେତ ଏକ କେବିନ ଓ ଦୋକାନ ମାଲିକଙ୍କ ଘରୁ ୫୦ ପେଟିରୁ ଉର୍ଦ୍ଧ୍ବ ବିଦେଶୀ ମଦ ସହିତ ପ୍ରାୟ ୧୦୦୦ଲିଟରରୁ ଉର୍ଦ୍ଧ୍ବ ଚୋରା ଡିଜେଲ ଓ ବିପୁଳ ପରିମାଣର ଗୁଟଖା ଜବତ କରିଥିଲା । ଏହି ଚୋରା କାରବାରରେ ସଂପୃକ୍ତି ଥିବା ନେଇ ଦୁଇଜଣଙ୍କୁ ଅଟକ ରଖିବା ସହ ୩ ଟି ପିକଅପ ଭ୍ୟାନ ମଧ୍ୟ ଅଟକ ରଖିଛି ସ୍ପେସିଆଲ ସ୍କ୍ବାର୍ଡ । ଖବର ଲେଖା ହେବା ସୁଦ୍ଧା ସ୍ପେଶାଲ ସ୍କ୍ବାର୍ଡର ଚଢାଉ ଜାରି ରହିଛି । Advertisement
ପାଞ୍ଚ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ – ୭ ଜଣ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡା ଛକ ନିକଟରୁ ୫୩ ଗ୍ରାମ ବ୍ରାଉନସୁଗାର ସହ ୭ ଜଣକୁ ତାଳଚେର ପୁଲିସ ଗିରଫ କରିଛି । ବ୍ରାଉନସୁଗାର…
୧ କୋଟି ୬୮ ହଜାର ପାଞ୍ଚ ଶହ ୯୨ ଟଙ୍କା ଠକେଇ ସହ ସମ୍ପୃକ୍ତ ୩ ଗିରଫ ଅନୁଗୁଳ – ୧ କୋଟି ୬୮ ହଜାର ପାଞ୍ଚ ଶହ ୯୨ ଟଙ୍କା ଠକେଇ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ୩ ଗିରଫ । ସେମାନଙ୍କ ନିକଟରୁ…
ଗ୍ରାହକଙ୍କୁ ହୋଟେଲ କର୍ମଚାରୀଙ୍କ ନିସ୍ତୁକ ମାଡ – ଥାନାରେ ଅଭିଯୋଗ ଅନୁଗୁଳ – ଅନୁଗୁଳ ସହରର ଏକ ପ୍ରତିଷ୍ଠିତ ହୋଟେଲରେ ଖାଇବାକୁ ଯାଇଥିବା ଗ୍ରାହକଙ୍କୁ ନିସ୍ତୁକ ମାଡ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଅନୁଗୁଳ ଥାନାରେ…