ଅପରାଧ ନାଲକୋରୁ ଯାଇ ତାଳଚେରରେ ବିକ୍ରି କରୁଥିଲା ବ୍ରାଉନସୁଗାର – ଗିରଫ କଲା ଅବକାରୀ ବିଭାଗ Angul OnlineApril 22, 2023April 22, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ବ୍ରାଉନସୁଗାର ଧରିବାରେ ଆଉ ଏକ ସଫଳତା ମିଳିଛି । ନାଲକୋନଗର ଅଞ୍ଚଳର ଜଣେ ଯୁବକ ତାଳଚେର ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି କରିବାକୁ ଗରାଖ ଅପେକ୍ଷାରେ ଥିବା ବେଳେ ତାକୁ ଗିରଫ କରିବା ସହ ତା ନିକଟରୁ ୧୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଅନୁଗୋଳ ଜିଲ୍ଲା ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ କହିବା ଅନୁସାରେ ନାଲକୋନଗର କନିଆବେଡା ଗାଁର ଅମୂଲ୍ୟ ଦାସଙ୍କ ପୁଅ ଅବିନାଶ ଦାଶ ଅନେକ ଦିନ ହେଲା ବ୍ରାଉନସୁଗାର କାରବାର କରୁଥିବା ଜଣା ପଡିଥିବା ବେଳେ ତା ଉପରେ ନଜର ରଖା ଯାଇଥିଲା । ଆଜି ଅବିନାଶ ବ୍ରାଉନସୁଗାର ବିକ୍ରି ପାଇଁ ତାଳଚେର ଡେରା ଛକଠାରେ ଗରାଖ ଅପେକ୍ଷାରେ ଥିବା ବେଳେ ତାଳଚେର ଅବକାରୀ ଇନ୍ସପେକ୍ଟର ମଧୁସୂଦନ ବେହେରା ଅବିନାଶକୁ କାବୁ କରୁ ନେଇଥିଲେ । ଜାଞ୍ଚ ବେଳେ ତା ନିକଟରୁ ୧୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣା ପଡ଼ିଛି । ତା ନିକଟରୁ ଏକ ବଜାଜ ପଲସର ମୋଟରସାଇକେଲ ମଧ୍ୟ ଜବତ କରା ଯାଇଥିବା ବେଳେ ତାକୁ କୋର୍ଟ ଚାଲାଣ କରାଯାଇଛି । Advertisement
ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଅନ୍ତର୍ଗତ କଣଲୋଇରୁ କୋଡାନାଳି ଯାଇଥିବା ରାସ୍ତାର ନୁହୁରାଣୀ ନାଳ ନିିକଟରେ ଏକ ମହୁଲ ଗଛ ମୁଳରୁ ଅଜଣା ଯୁବକଙ୍କ…
ଡିଜେଲ ଚୋରକୁ ବାନ୍ଧି ନିର୍ଧୂମ ଛେଚିଲେ ଲୋକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଖଣି ଅଞ୍ଚଳରେ ଛିଡା ହେଉଥିବା ଟ୍ରକ ଗୁଡିକରୁ ବାରମ୍ବାର ଡିଜେଲ , ବ୍ୟାଟେରୀ , କିମ୍ବା ଅନ୍ୟ ଯନ୍ତ୍ରାଂଶ ଅନେକ…
ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଅବସରପ୍ରାପ୍ତ ଲାଞ୍ଚୁଆ ଭି ଏଲ ଡବ୍ଲୁ ଅନୁଗୁଳ – ୨୦୧୪ ମସିହାରେ ଲାଞ୍ଚ ନେଇ ଧରା ପଡିଥିବା ଜଣେ ଅବସରପ୍ରାପ୍ତ ଭି ଏଲ ଡବ୍ଲୁ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବସ୍ତ୍ୟ ହେବା ପରେ ଭିଜିଲାନ୍ସ…