ଅପରାଧ ଗୁଳି କରି ୬ ଲକ୍ଷ ଟଙ୍କା ଲୁଟ Angul OnlineAugust 29, 2022August 29, 2022 ଅନୁଗୁଳ – ଅନୁଗୁଳ ଟାଉନ ଥାନା କୁରୁଡୁଲୁ ନିକଟରେ ଗୁଳିମାଡ ଓ ଭୁଜାଲିରେ ଆକ୍ରମଣ କରି ମଦ ଦୋକାନ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୁଳର ଜଣେ ମଦ ବ୍ୟବସାୟୀଙ୍କ ଶେଷନାଥ ଗୁପ୍ତା ଓ ରୂପେଶ କୁମାର ନାମକ ଦୁଇଜଣ କର୍ମଚାରୀ ତାଳଚେର ଶର୍ମା ଛକର ଏକ ମଦ ଦୋକାନରୁ ଟଙ୍କା ସଂଗ୍ରହ କରି ମୋଟରସାଇକେଲରେ ଅନୁଗୁଳ ଆସୁଥିଲେ । ତେବେ କୁରୁଡୁଲୁ ନିକଟରେ ଥିବା ଆସପଣ୍ଡ ତଳେ ହଠାତ ଏକ କାରରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କୁ ଅଟକାଇବା ସହ ଆକ୍ରମଣ କରିଥିଲେ । ଫାଙ୍କା ଗୁଳିଚାଳନା କରିବା ସହ କଟୁରିରେ ଶେଷନାଥଙ୍କୁ ଆକ୍ରମଣ କରି ସେମାନଙ୍କ ନିକଟରେ ଥିବା ୬ ଲକ୍ଷ ଟଙ୍କା ଲୁଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଶେଷନାଥଙ୍କ ହାତ ଓ ଛାତିରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଖବର ପାଇ ଅନୁଗୁଳ ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଚୋରା କୋଇଲା ଜବତ – ୧୪ ଜଣ ଅଭିଯୁକ୍ତ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଉଭୟ କଣିହାଁ ଓ ସମଲ ଥାନା ଇଲାକାରେ ଥମିବାର ନାଁ ନେଉନି ଚୋରା କୋଇଲା କାରବାର । ବୁଧବାର…
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ – ଠେଙ୍ଗା ମାଡ଼ରେ ଯୁବକ ମୃତ ଆଠମଲ୍ଲିକ – ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ବଡବାପା ପୁଅର ଠେଙ୍ଗା ମାଡ଼ରେ ଯୁବକଙ୍କର ମୃତ୍ଯୁ ହୋଇଛି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା…
ପିଲା ଚୋର ସନ୍ଦେହରେ ପୁଲିସକୁ ମାଡ – ଗାଁରେ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସଞ୍ଜପଡା ଗାଁରେ ଆଜି ଏକ ଅସ୍ଵାବାଭିକ ପରିସ୍ଥିତି ସୃଷ୍ଟି ହୋଇଛି । ଚୋର ଧରିବାକୁ ପୁଲିସ ସାଧା ପୋଷାକରେ…