ଅପରାଧ କାରରୁ ଗଞ୍ଜେଇ ଜବତ – ୩ ଗିରଫ Angul OnlineAugust 29, 2022August 29, 2022 ଛେଣ୍ତିପଦା – ବୌଦ୍ଧ ଜିଲ୍ଲାରୁ ଅନୁଗୁଳ ଜିଲ୍ଲା ଦେଇ ଚୋରା ଗଞ୍ଜେଇ ଚାଲାଣ ବେଳେ କାର ସହ ବିପୁଳ ପରିମାଣର ଗଞ୍ଜେଇ ଧରିବାକୁ ସଫଳ ହୋଇଛି ଛେଣ୍ତିପଦା ଥାନା ପୁଲିସ । ଜବତ କାରରୁ ୮୭ କେଜି ଜବତ କରିବା ସହ ଚୋରା କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଛେଣ୍ଡିପଦା ପୁଲିସ ଛେଣ୍ଡିପଦା ଫରେଷ୍ଟ ଅଫିସ ନିକଟରେ ଛକି ରହିଥିଲା । ସନ୍ଦେହରେ ଏକ ଅଲ୍ଟୋ କାରକୁ ଅଟକାଇ ଜାଞ୍ଚ ସେଥିରେ ୮୪ ଟି ପ୍ୟାକେଟରେ ଗଞ୍ଜେଇ ଥିବା ଦେଖା ଯାଇଥିଲା । ଓଜନ ବେଳେ ସମୁଦାୟ ୮୭ କେଜି ଗଞ୍ଜେଇ ଥିବା ଜଣା ପଡିଛି । ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ଓଲଣ୍ଡା ଅଞ୍ଚଳର ରମାକାନ୍ତ ନାୟକ , ଭୋଳା ସ୍ବାଇଁ ଓ ରେଢାଖୋଲ ଥାନା ଲାଣ୍ଡିମାଳର ବବୁଲ ଲୁହା ବୋଲି ଜଣା ପଡିଛି । Advertisement
ମା କୁ ପିଟି ପିଟି ମାରିଦେଲା ପୁଅ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା ପରା ଗାଁରେ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ପୁଅର ମାଡ଼ରେ ମାର ମୃତ୍ୟୁ । ମୃତ ମହିଳା…
ଯୁବକଙ୍କୁ ଗଳା କାଟି ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ…
କାରରୁ ଗଞ୍ଜେଇ ଜବତ – ୨ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଉଦିତନଗର ଛକ ୪୯ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଚୋରାଚାଲଣ ହେଉଥିବା ଖବର ପାଇ ପାଲଲହଡା ପୁଲିସ ଏକ…