ମୁଖ୍ୟ ଖବର ନଦୀରେ ଫୋପାଡି ଦେଲେ ମୃତ ଶିଶୁକନ୍ୟା Angul OnlineAugust 29, 2022August 29, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ରାଇପାଳ ଗ୍ରାମ ନିକଟଦେଇ ବହି ଯାଇଥିବା ଆଉଁଳି ନଦୀରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ପାତ୍ରପଡା ପଞ୍ଚାୟତ ରାଇପାଳ ଗ୍ରାମ ନିକଟସ୍ଥ ଆଉଁଳି ନଦୀ ପୋଲ ନିକଟରେ ଏକ ନବଜାତ ଶିଶୁକନ୍ୟା ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ଶିଶୁକନ୍ୟାକୁ ଦେଖିବା ପାଇଁ ଭିଡ ଜମିଥିଲା । ଆଉଁଳି ନଦୀରେ ଭାସୁଥିବା ମୃତ ନବଜାତ ଶିଶୁକନ୍ୟାଟି ଆଉଁଳି ଗ୍ରାମର ହୋଇଥିବା ବେଳେ ଶିଶୁକନ୍ୟାର ଆଇ ଖବର ପାଇ ଆଉଁଳି ନଦୀରେ ଭାସୁଥିବା ଶିଶୁକନ୍ୟାକୁ ଉଦ୍ଧାର କରି ସେଠାରୁ ନେଇ ଯାଇଥିଲେ । ମୃତ ନବଜାତ ଶିଶୁକନ୍ୟାଟି ଜରପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମ ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଶିଶୁର ମୃତ୍ୟୁ ହେବା ପରେ ରାତି ପ୍ରାୟ ୧୨ଟା ବେଳେ ଗାଁକୁ ଆଣିଥିଲେ । ଗାଁକୁ ଆସିବା ବାଟରେ ଆଉଁଳି ନଦୀ ପଡିବାରୁ ସେଠାରେ ନଦୀକୁ ଫୋପାଡି ଦେଇ ଘରକୁ ଯାଇଥିଲେ । ନଦୀ ପାଣିରେ ଶିଶୁଟି ଭାସିଯିବ ଭାବି ଫୋପାଡି ଦେଇଥିଲୁ କିନ୍ତୁ ନଭାସି କୂଳରେ ଲାଗିଯାଇଥିଲା ବୋଲି ଶିଶୁକନ୍ୟାର ଆଈ କହିଛନ୍ତି । ତାକୁ ଏବେ ନେଇ ପୋତି ଦେବେ ବୋଲି ସେ ପ୍ରକାଶ କରିଛନ୍ତି । Advertisement
ତୀର୍ଥଯାତ୍ରା ହେଲା ଶେଷଯାତ୍ରା – ବସ ଦୁର୍ଘଟଣା ହୋଇ ଜିଲ୍ଲାର ଦୁଇ ମୃତ ଅନୁଗୁଳ – ତୀର୍ଥଯାତ୍ରା କରିବାକୁ ଯାଇଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟ ଅନୁଗୁଳ ଜିଲ୍ଲା କଣିହାଁ…
କୋଇଲା ବୋଝେଇ ଟ୍ରକରେ ନିଆଁ (ଭିଡିଓ) ଅନୁଗୁଳ – କୋଇଲା ବୋଝେଇ ଟ୍ରକ ରେ ନିଆଁ । ଅଳ୍ପକେ ଏକ ବଡ ଧରଣର ଅଘଟଣରୁ ମିଳିଲା ରକ୍ଷା । ସୂଚନା ଅନୁସାରେ OR 19…
ଓକିଲଙ୍କୁ ଆକ୍ରମଣ କରିବା ଅଭିଯୋଗରେ ୬ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଜଣେ ଓକିଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ପୁଲିସ ସୂଚନା ଅନୁସାରେ, ଅନୁଗୁଳ ସଦର…