ମୁଖ୍ୟ ଖବର ଭଡାଘରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Angul OnlineAugust 28, 2022August 28, 2022 ଅନୁଗୁଳ – ଅନୁଗୁଳ ଥାନା ସୁସୁଡା ଗାଁର ଏକ ଭଡା ଘରୁ ଜଣେ କଲେଜ ପଢୁଆ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ବଇଣ୍ଡା ଅଞ୍ଚଳ ଗରୁଡ଼ ଗାଁର ସନତ କୁମାର ପ୍ରଧାନଙ୍କ ପୁଅ ଅସିତ ପ୍ରଧାନ । ସୂଚନା ଅନୁସାରେ ଅସିତ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ପିଜି ପ୍ରଥମ ବର୍ଷର ଛାତ୍ର । ସେ ସୁସୁଡାରେ ବଉଳିଗଡ଼ ଗାଁ ସତ୍ୟବାନ ଗଡନାୟକ ନାମକ ଆଉ ଜଣେ ଯୁବକଙ୍କ ସହ ମିଶି ଏକ ଭଡା ଘରେ ରହୁଥିଲେ । ଗତ କାଲି ଅସିତ ଆସିଷ୍ଟାଣ୍ଡ ସେକ୍ସନ ଅଫିସର ପରୀକ୍ଷା ମଧ୍ୟ ଦେଇଥିଲେ । ତେବେ ଆଜି ସତ୍ୟବାନ ପିଜି ପରୀକ୍ଷା ଦେବାକୁ ଯାଇଥିବା ବେଳେ ଅସିତ ଭଡା ଘରେ ଏକୁଟିଆ ଥିଲେ । ଅପରାହ୍ନ ୩ ଟା ବେଳେ ସତ୍ୟବାନ ପରୀକ୍ଷା ଦେଇ ଭଡା ଘରକୁ ଫେରିବା ପରେ ଘରର କବାଟ ଆଉଜା ହୋଇଥିବା ଦେଖି ଭିତରକୁ ଯାଇଥିଲେ । ଭିତରକୁ ଯିବା ପରେ ଗୋଟିଏ ରୁମର ଫ୍ୟାନ ପାଇଁ ଲାଗିଥିବା କଡିରେ ଅସିତଙ୍କ ଝୁଲନ୍ତା ମୃତଦେହ ଦେଖି ପ୍ରଥମେ ଘର ମାଲିକ ଶୋଭିତ ଆଚାର୍ଯ୍ୟଙ୍କୁ ଖବର ଦେଇଥିଲେ । ପରେ ଏ ନେଇ ପୁଲିସକୁ ସୂଚନା ଦେବା ପରେ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି । ତେବେ ଆସିଷ୍ଟାଣ୍ଡ ସେକ୍ସନ ଅଫିସର ପରୀକ୍ଷାରେ ଭଲ କରି ନଥିବାରୁ ସେ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ସନ୍ଦେହ କରା ଯାଉଛି । Advertisement
ବଜ୍ରପାତରେ ଵାପ-ପୁଅ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବା ସହ ପବନ ହୋଇ ବଡ ବଡ ଗଛ…
କେନାଲରୁ ନବ ଜାତ ଶିଶୁର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହରର ଅମଲାପଡା ବଡ କେନାଲରେ ଆଜି (ମଙ୍ଗଳବାର) ଏକ ନବଜାତ ଶିଶୁର ମୃତ ଦେହ ଭାସୁ ଥିବାର ଦେଖିବାକୁ ମିଳିଥିଲା । କେହି…
କୋଭିଡ କଟକଣା ଭିତରେ ମା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ତାଳଚେର – ତାଳଚେର ଗୋପାଳପ୍ରସାଦ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆଜି ହେଉଛି ବାର୍ଷିକ ଯାତ୍ରା । ନଅ ଦିନ ବ୍ୟାପୀ ମା‘ଙ୍କ ଏହି ପୂଜା…