ମୁଖ୍ୟ ଖବର କୋଭିଡ କଟକଣା ଭିତରେ ମା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ Angul OnlineApril 26, 2021April 26, 2021 ତାଳଚେର – ତାଳଚେର ଗୋପାଳପ୍ରସାଦ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆଜି ହେଉଛି ବାର୍ଷିକ ଯାତ୍ରା । ନଅ ଦିନ ବ୍ୟାପୀ ମା‘ଙ୍କ ଏହି ପୂଜା ଅନୁଷ୍ଠିତ ହେବ । ସବୁ ବର୍ଷ ମା‘ଙ୍କର ଏହି ବାର୍ଷିକ ପୂଜାରେ ବେଶ ଜନ ସମାଗମ ହୁଏ । ଭକ୍ତ ମାନକ ନିକଟରେ ସିଧାସଳଖ ନୈବଦ୍ୟ ଅର୍ପଣ କରିଥାଏ । ମା ଆଉ ଭକ୍ତଙ୍କ ମଧ୍ୟରେ ନଥାନ୍ତି ପୂଜକ । ପ୍ରତ୍ୟେକ ବର୍ଷ ଘଣ୍ଟ , ଢୋଲ , ମହୁରି , ହରିବୋଲ ହୁଳହୁଳିରେ ଚତୁର୍ଦିଗ ପ୍ରକମ୍ପିତ ହୁଏ । ହେଲେ ଚଳିତ ବର୍ଷ ସେ ସବୁ ନାହିଁ କି ଭକ୍ତଙ୍କ ଗହଳି ନାହିଁ । ନବ ଦିନ ବ୍ୟାପି ହେବାକୁ ଥିବା ଏହି ଯାତ୍ରା ଓ ଲୋକ ମହୋତ୍ସବକୁ କୋଭିଡ କଟକଣା ଯୋଗୁଁ ବନ୍ଦ କରିବା ସହ ବିନା ଭକ୍ତରେ ପୂଜାର୍ଚ୍ଚନା ହେଉଛି । କେବଳ ରୀତିନୀତି ଅନୁସାରେ ମା‘ଙ୍କ ଏହି ବାର୍ଷିକ ପୂଜା ଅନୁଷ୍ଠିତ ହେଉଛି । ମନ୍ଦିର ଓ ମାଙ୍କ ଉଭାସ୍ଥଳୀରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗିବା ସହ ଦୁଇ ପ୍ଲାଟୁନ ପୋଲିସ ମୃତୟନ କରାଯାଇଛି । ଭକ୍ତ ମାନେ ମନ୍ଦିରକୁ ନ ଆସିବା ପାଇଁ ପୂର୍ବରୁ ନିବେଦନ କରା ଯାଇଥିଲା । ହେଲେ ମଧ୍ୟ ଭକ୍ତଙ୍କୁ କଟକଣା କରିବା ପାଇଁ ମନ୍ଦିର ପ୍ରବେଶ ପଥ , ମନ୍ଦିର , ଉଭା ସ୍ଥଳରେ ପୋଲିସ ମୃତୟନ କରା ଯାଇଛି । ଭକ୍ତ ଶୂନ୍ୟ ହୋଇପଡି ଥିବା ଯୋଗୁଁ ମନ୍ଦିର କମିଟି ତରଫରୁ ଜିଲ୍ଲାର ୬ ଟି ସ୍ଥାନରେ ଭକ୍ତଙ୍କ ପାଇଁ ଭୋଗ ହୁଣ୍ଡି ବ୍ୟବସ୍ଥା କରାଯାଇ ସ୍ୱତନ୍ତ୍ର ଗାଡି ମାଧ୍ୟମରେ ଅଣାଯାଇ ମା‘ଙ୍କୁ ଅର୍ପଣ କରାଯିବାର ବ୍ୟବସ୍ଥା କରାଯାଇଛି । Advertisement
ସ୍ୱତନ୍ତ୍ର ଟାସ୍କ ଫୋର୍ସର ଚଢାଉ – କୋଇଲା ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF)ର ରେଡ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ରେଡ୍ କରିଥିଲା…
ଟୀକା ପାଇଁ ମୃତ୍ୟୁ ଅଭିଯୋଗ କରି ଡାକ୍ତରଖାନାରେ ପ୍ରତିବାଦ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ନାଲକୋ ଡାକ୍ତରଖାନାରେ ଆଜି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତଦେହ ରଖି ପରିବାର ଲୋକ ପ୍ରତିବାଦ କରିଥିଲେ…
ଓକିଲ ସଂଘ ନିର୍ବାଚନ ପ୍ରକ୍ରିୟାରେ ହାଇକୋର୍ଟଙ୍କ ହସ୍ତକ୍ଷେପ – ତାଲିକାରୁ କଟିଥିବା ୩ ଓକିଲ ଦେଇ ପାରିବେ ଭୋଟ ଅନୁଗୁଳ – ଆସନ୍ତା ୨୮ ତାରିଖରେ ଅନୁଗୁଳ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ହେବ। ଏଥିପାଇଁ ପ୍ରସ୍ତୁତ ଭୋଟର ତାଲିକାରୁ କଟିଥିବା ୩ ଜଣ ଆଇନ୍ଜୀବୀଙ୍କୁ ଭୋଟଦାନ…