ଅପରାଧ ଯୁବତୀଙ୍କୁ ଦୁଷ୍କର୍ମ – ଜଣେ ଅଟକ Angul OnlineAugust 28, 2022August 28, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଅଞ୍ଚଳରେ ଛେଳି ଚରାଇବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣାରେ ଛେଣ୍ଡିପଦା ପୁଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଅଟକ ଯୁବକ ଜଣକ ହେଲେ ସେହି ଅଞ୍ଚଳର ଧନେଶ୍ବର ମାଝି ବୋଲି ଜଣାପଡିଛି । ସୂଚନା ଅନୁସାରେ ଯୁବତୀ ଜଣକ ତାଙ୍କର ଜଣେ ୧୧ବର୍ଷର ପୁତୁରା ସହିତ ଗାଁ ପାଖ ପଡିଆକୁ ଛେଳି ଚରାଇବାକୁ ଯାଇଥିଲେ । ତେବେ ଧନେଶ୍ବର ମାଝୀ ସେହିଠାରେ ରାଶିପଦାରେ ରାଶି ଫସଲ ଜଗୁଥିବା ବେଳେ ଯୁବତୀଙ୍କୁ ଏକୁଟିଆ ଦେଖି ଜୋରଜବରଦସ୍ତ ଟେକି ନେବା ସହିତ ଦୁଷ୍କର୍ମ କରିଥିଲେ । ଏହା ଦେଖି ପାଖରେ ପୁତୁରା ଏ ସମ୍ପର୍କରେ ଆସି ପରିବାର ଲୋକଙ୍କୁ ଖବର ଦେଇଥିଲା । ଖବରପାଇ ପରିବାର ଲୋକ ଘଟଣାସ୍ଥଳକୁ ପହଁଚିଥିଲେ । ଧନେଶ୍ବର ଯୁବତୀଙ୍କ ପରିବାର ଲୋକଙ୍କୁ ଦେଖି ଫେରାର ହୋଇଯାଇଥିଲା । ଏ ନେଇ ଯୁବତୀଙ୍କ ପରିବାର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ଛେଣ୍ଡିପଦା ଥାନା କେସ ନଂ-୪୧୧/୨୨ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତକରି ଦୁଷ୍କର୍ମ କରିଥିବା ଯୁବକ ଧନେଶ୍ବର ମାଝୀକୁ ଥାନାକୁ ଆଣି ପଚାରାଉଚରା ଚଳାଇଛି । ଅପରପକ୍ଷେ ପୋଲିସ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳକୁ ଯାଇ ନମୁନା ସଂଗ୍ରହ କରିଥିବା ବେଳେ ଗିରଫ ଯୁବକଙ୍କୁ ଡାକ୍ତରୀ ମାଇନା କରିବାପରେ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । Advertisement
୮୨ ଗ୍ରାମ ହେରୋଇନ ଜବତ , ଜଣେ ଗିରଫ ଅନୁଗୋଳ – ଅନୁଗୋଳ ସଦର ଅବକାରୀ ବିଭାଗ ନାଲକୋନଗର ଥାନା ଅଞ୍ଚଳରୁ ୮୨ ଗ୍ରାମ ହେରୋଇନ ଜବତ କରିବା ସହ ଏହି ଚୋରା କାରବାରରେ ସମ୍ପୃକ୍ତ ଜଣଙ୍କୁ…
ଲାଞ୍ଚୁଆ ବାବୁଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଯୋଗାଣ ବିଭାଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅଡିସିନାଲ ପ୍ରୋଜେକ୍ଟ ଡ଼ାଇରେକ୍ଟର ସୌମେନ୍ଦ୍ର ଚୌଧୁରୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି…
୪ ଲୁଟେରା ଗିରଫ – ବନ୍ଧୁକ , ଗୁଳି ଓ ସୁନା ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ପୁଲିସର ନିଦ ହଜାଇ ଦେଇଥିବା ଏକ ଲୁଟେରା…