ମୁଖ୍ୟ ଖବର ଟ୍ରଲର ଧକ୍କାରେ ଦୁଇ ମୃତ Angul OnlineNovember 3, 2021November 3, 2021 ପାଲଲହଡା – ପରିବାର ଲୋକଙ୍କ ଗହଣରେ ଆସନ୍ତାକାଲି ପାଳିଥାନ୍ତେ ଆଲୋକର ପର୍ବ ଦୀପାବଳି । କିନ୍ତୁ ତା’ ପୂର୍ବରୁ ଘରକୁ ଅନ୍ଧାର କରି ଚାଲିଗଲେ ସେମାନେ । ଦୁର୍ଘଟଣା ନେଇଗଲା ସେମାନଙ୍କ ଜୀବନ । ଏହି ଦୁଃଖଦ ଘଟଣା ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଘଟିଛି । ମୃତକ ଦ୍ୱୟ ହେଲେ ଆକାଶ ବେହେରା (୨୧) ଓ ଜନ୍ମେଜୟ ପ୍ରଧାନ (୧୪) । ଆକାଶଙ୍କ ଘର ମାଙ୍କଡ଼ଚୁଆ ଗାଁରେ । ସେହିପରି ଜନ୍ମେଜୟ ହେଉଛନ୍ତି କମ୍ପରକିଳା ଗାଁର ବୋଲି ଜଣା ପଡିଛି । ଆଜି(ବୁଧବାର) ସନ୍ଧ୍ୟାରେ ପାଲଲହଡ଼ାରୁ ଆକାଶ ଓ ଜନ୍ମେଜୟ ଏକ ମୋଟରସାଇକେଲ ଯୋଗେ ସେମାନଙ୍କ ଘରକୁ ଫେରୁଥିଲେ । ତେବେ ପାଲଲହଡ଼ା ବାଇପାସ୍ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମାଲ୍ ବୋଝେଇ ଟ୍ରଲର ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଆକାଶ ଓ ଜନ୍ମେଜୟ ଗୁରତର ଅବସ୍ଥାରେ ରାସ୍ତା ଉପରେ ଛିଟିକି ପଡିଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରଲରଟି ସେଠାରୁ ଫେରାର ହୋଇଯାଇଥିବା ଜଣା ପଡିଛି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ନିଜ ଦେହରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ପୋଡାପଡା ଗ୍ରାମର ବାପୁଜୀ ସାହୁ…
ଗୋଟିଏ ଜୀବନ ଉଦୟ ପାଇଁ ଆସି ଦୁର୍ଘଟଣାରେ ଜୀବନ ହାରିଲେ ଆଶା ଅନୁଗୁଳ – ଗୋଟିଏ ଶିଶୁକୁ ସୁସ୍ଥ ଜୀବନ ଦେବା ପାଇଁ ଆସି ଜୀବନ ଚାଲିଗଲା ଆଶକର୍ମୀଙ୍କର । ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଫେରୁଥିବା ବେଳେ…
ସଂକ୍ରମିତ ସନ୍ଦେହରେ ୫ ଘଣ୍ଟା ପଡି ରହିଲା ଶବ – ସ୍ବେଛାସେବୀ କଲେ ଅନ୍ତିମ ସଂସ୍କାର ଛେଣ୍ଡିପଦା – କରୋନା ମହାମାରୀର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ମହାମାରୀରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ରୋଗର…