ମୁଖ୍ୟ ଖବର ଅନୁଗୁଳ ପୌରାଞ୍ଚଳ ସଟଡାଉନ Angul OnlineApril 22, 2021April 22, 2021 ଅନୁଗୁଳ – ଅନୁଗୁଳ ପୌରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରିଛି । ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରି ରାତି ୯ ଟାରୁ ୨୬ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ , ବଜାର , ହୋଟେଲ , ପ୍ରତିଷ୍ଠାନ ସଂପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ଘୋଷଣା କରା ଯାଇଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ଔଷଧ ଦୋକାନ , ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଖୋଲା ରହିବ । ଏଥିରେ କୌଣସି ବ୍ୟକ୍ତି ଖିଲାପ କଲେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ନୋଟିସ ଜାରି କରା ଯାଇଛି । ଏହା ସହ ତାଳଚେର ପୌରାଞ୍ଚଳ ସମେତ ବଇଣ୍ଡା ଓ ବାଗଡିଆ ବଜାର ମଧ୍ୟ ବନ୍ଦ ରହିବ ବୋଲି ଜଣା ପଡିଛି । Advertisement
ଯୁବତୀଙ୍କୁ ଅସଦାଚରଣ କରି ବିଜେପି ଯୁବନେତା ଗିରଫ – କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ କଂଗ୍ରେସ ଓ ବିଜେଡି ଅନୁଗୁଳ – ଯୁବତୀଙ୍କୁ ଅସଦାଚରଣ ଓ ଧମକ ଚମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁଲିସ ବିଜେପିର ଯୁବ…
ସାପ କାମୁଡାରେ ଦୁଇଜଣଙ୍କ ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲା ଖମାର ଥାନା ପୁରୁଣାପାଣି ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାପ କାମୁଡ଼ିବା ପରେ ମହିଳାଙ୍କୁ ମେଡିକାଲକୁ ନଆଣି ଗୁଣିଆ…
ନିଖୋଜ ବୃଦ୍ଧ ହାତୀ ଆକ୍ରମଣରେ ମୃତ ଅନୁଗୁଳ – ଅନୁଗୁଳ ବ୍ଲକ ହମାମିରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି ।ଘଟଣାସ୍ଥଳରେ ବନ୍ତଳା ପୁଲିସ ଓ ବନ ବିଭାଗ ପହଞ୍ଚି…