ଖେଳ ଓ ଖେଳାଳି କମାଣ୍ଡୋ-୧୧ ଚମ୍ପିୟାନ Angul OnlineOctober 15, 2021October 15, 2021 ଅନୁଗୁଳ – ଲୁଟୁ ୱାରିଅର୍ସ ପ୍ରିମୀୟର ଲିଗ୍ ର ଫାଇନାଲ ମ୍ୟାଚ ସ୍ଥାନୀୟ ପିଟିସି ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲରେ ଭୁବନେଶ୍ଵରର କମାଣ୍ଡୋ-୧୧ ଓ ତେଲକୋଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ ୩ ଟି ଫର୍ମାଟରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚ କମଣ୍ଡୋ ୧୧ ଜିତିଥିବା ବେଳେ ୨ୟ ମ୍ୟାଚ୍ ତେଲକୋଇ ଜିତିଥିଲା । ଫଳରେ ଶେଷ ମ୍ୟାଚ୍ ନିର୍ଦ୍ଧାରିତ ୩ ଓଭରରେ କମାଣ୍ଡୋ-୧୧ ପ୍ରଥମେ ବ୍ୟାଟିଂ କରି ୫୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ତେଲକୋଇ ୪ ୱିକେଟ ହରାଇ କେବଳ ୩୧ ରନ୍ ସଂଗ୍ରହ କରିପାରିଥିଲା । ଲୁଟୁ ୱାରିଅର୍ସର ଫାଇନାଲ ତଥା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ଜିଲ୍ଲା କ୍ରିକେଟ୍ ସଙ୍ଘର ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ରାଜ୍ୟ ଯୁବ ମୋର୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସିଦ୍ଧାର୍ଥ ରାଉତରାୟ , ଯୁବମୋର୍ଚ୍ଚା ମୁଖପାତ୍ର ଶ୍ରୀ ପୁରୁଷତ୍ତମ ନାୟକ ଯୋଗଦାନ କରିବା ସହ ଉଭୟ ଦଳଙ୍କୁ ପୁରସ୍କୃତ କରିଥିଲେ। ଏହି ପ୍ରିମିୟର ଲିଗ୍ କୁ ଚିନ୍ମୟ ସାହୁ , ସଞ୍ଜୀବ ପାତ୍ର ଓ କ୍ରାନ୍ତିରଞ୍ଜନ ଅମାନ୍ତ ଏବଂ ସ୍କୋରର ସନ୍ତୋଷ ବରାଳ ପରିଚାଳନା କରିଥିଲେ । ଶିମିଳିପଡାର ମହିମା ନେହେରୁ କ୍ଲବ ସଦସ୍ୟ ଅନୁପ ସାମଲ , ଅରୂପ ସାମଲ, ନବୀନ ସାମନ୍ତ, ସୂର୍ଯ୍ୟକାନ୍ତ ପ୍ରଧାନ, ସୂର୍ଯ୍ୟନାରାୟଣ ପଟ୍ଟନାୟକ , ରଶ୍ମିରଞ୍ଜନ ସାହୁ , ରାକେଶ ସାମଲ , ସନ୍ଦୀପ କର , ଦେବି ରଞ୍ଜନ ସାମଲ ପ୍ରମୁଖ ସହଯୋଗ କରିଥିଲେ । Advertisement
ସର୍ବ ଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ – ଜୱଲପୁରକୁ ହରାଇ ଦିଲ୍ଲୀ ସିଆଇଏସଏଫ ବିଜୟୀ ଛେଣ୍ତିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବାଗଡ଼ିଆ ହାଇସ୍କୁଲ ପଡିଆରେ ଆନନ୍ଦ ସ୍ପୋର୍ଟ୍ସ ଆସୋସିଏସନ ପକ୍ଷରୁ ୩ ଦିନ ଧରି ଚାଲିଥିବା ଦିବାରାତ୍ର ସର୍ବଭାରତୀୟ ଭଲିବଲ…
ଅନୁଗୁଳ କପ୍ କ୍ରିକେଟ – ୟୁନିଅନ ସ୍ପୋଟିଂ ଚମ୍ପିୟାନ ଅନୁଗୁଳ – ଅନୁଗୁଳ କଦମ ପଡିଆ ଠାରେ ଚାଲିଥିବା ଅନୁଗୁଳ କପ କ୍ରିକେଟ ୨୦୨୨ ର ଫାଇନାଲ୍ ମ୍ୟାଚ୍ ଅନୁଗୁଳ କ୍ରିକେଟ କ୍ଲବ୍ ଓ ୟୁନିଅନ୍ ସ୍ପୋଟିଂ…
ଅନୁଗୁଳରେ ହେବ ରାଜ୍ୟ କବାଡି ଚମ୍ପିୟାନସିପ -୯୧୦ ମହିଳା ଓ ପୁରୁଷ ଖେଳାଳି ନେବେ ଭାଗ ଅନୁଗୁଳ – ରାଜ୍ୟରେ ହକି ମହାକୁମ୍ଭ ଆୟୋଜନ ହେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଜିଲା ମାନଙ୍କରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏନେଇ ଅନୁଗୁଳ…