ମଞ୍ଚାରୁ ଟାଣି ମାରିଲା ହାତୀ – ଜଣେ ମୃତ , ଖସିଗଲେ ଦୁଇ

ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମଞ୍ଚାରେ ଧାନ ଜଗିବାକୁ ଥିବା ବେଳେ ବିଳମ୍ବିତ ରାତିରେ ହାତୀ ମଞ୍ଚା ଭାଙ୍ଗିବା ସହ ଆକ୍ରମଣ କରିବାରୁ କୋହ୍ଲସର ଗାଁର ପ୍ରକାଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବନ୍ୟଜନ୍ତୁ ଫସଲ ନଷ୍ଟ କରୁଥିବାରୁ ରାତିରେ ଧାନ ଜଗିବାକୁ ପ୍ରକାଶ ଓ ଅନ୍ୟ ଦୁଇଜଣ ମଞ୍ଚାରେ ଶୋଇଥିଲେ । ତେବେ ବିଳମ୍ବିତ ରାତିରେ ୩ ଟି ହାତୀ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ । ହାତୀପଲ ସେମାନଙ୍କ ମଞ୍ଚା ଭାଙ୍ଗି ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ବେଳେ କୌଶଳକ୍ରମେ ଦୁଇଜଣ ଖସି ଯାଇଥିଲେ । ହେଲେ ପ୍ରକାଶ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ପ୍ରକାଶଙ୍କୁ ବିଲ ଭିତରେ ଦଳି ଦେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନ ବିଭାଗ ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page