ମୁଖ୍ୟ ଖବର କଟକଣା ଭିତରେ ତାଳଚେର ପୌରାଞ୍ଚଳ Angul OnlineApril 22, 2021April 22, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ପକ୍ଷରୁ ପ୍ରଶାସନ କଟକଣା ଜାରି କରିଛି । ପ୍ରସଶାସନ ପକ୍ଷରୁ ଆଜି ଏକ ଜରୁରୀକାଳୀନ ବୈଠକ ଡକାଯାଇ ଆଜି ରାତି ୯ ଟାରୁ ୨୬ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ , ବଜାର , ହୋଟେଲ , ପ୍ରତିଷ୍ଠାନ ସଂପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆ ଯାଇଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ଔଷଧ ଦୋକାନ , ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଖୋଲା ରହିବ । ଏଥିରେ କୌଣସି ବ୍ୟକ୍ତି ଖିଲାପ କଲେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଳଚେର ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ନୋଟିସ ଜାରି କରା ଯାଇଛି । Advertisement
ଷ୍ଟେସନ ଠାରେ ରେଳରେ ହେବ ଚିକିତ୍ସା – ଲାଇଫ ଲାଇନ ଏକ୍ସପ୍ରେସରେ ସ୍ୱତନ୍ତ୍ର ଓ ଅତ୍ୟାଧୁନିକ ବ୍ୟବସ୍ଥା ଅନୁଗୁଳ – ଅନୁଗୁଳ ରେଳ ଷ୍ଟେଶନରେ ପ୍ରଥମ ଥର ପାଇଁ ହସ୍ପିପିଟାଲ ଇନ୍ ଟ୍ରେନ ଲାଗିଛି । ଏହା ୧୫ ଦିନ ପର୍ଯ୍ୟନ୍ତ ଷ୍ଟେଶନ୍ରେ ରହି ରୋଗୀଙ୍କୁ…
ସାତକୋଶିଆରେ ବିଦ୍ଯୁତ ଆଘାତରେ ଦୁଇ ହାତୀ ମୃତ – ଜେ.ଟି.ଏଫ୍.ର ତଦନ୍ତ ଅନୁଗୁଳ – ବନ ବିଭାଗର ଅବହେଳା ପାଇଁ ପୁଣି ବଳି ପଡିଲେ ହାତୀ । ଗୋଟିଏ ନୁହେଁ ଏକାବେଳକେ ଦୁଇଟି ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁ ମୁଖରେ…
ଅନୁଗୁଳରେ ଅଭାବନୀୟ ଘଟଣା – କୂଅରେ ପକାଇ ୩ ମାସର ଯାଆଁଳା ଶିଶୁଙ୍କୁ ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ମୁଣ୍ଡାଢିପ ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । କୌଣସି କାରଣରୁ…