ଅପରାଧ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧୮ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ସାଇବର ଠକ Angul OnlineJuly 29, 2023July 29, 2023 ଅନୁଗୋଳ – ସାଇବର ଠକଙ୍କୁ ନେଇ ପୁଲିସ ଯେତେ ସଚେତନ କଲେବି ଲୋକ ସଚେତନ ହେଉ ନାହାନ୍ତି । ଫଳରେ ଲକ୍ଷାଧିକ ଟଙ୍କା ଠକେଇର ଶିକାର ହେଉଛନ୍ତି । ସେପଟେ ପୁଲିସକୁ ଚକମା ଦେଖାଇ ସାଇବର ଠକମାନେ ନୁଆଁ ନୁଆଁ ଫନ୍ଦି ବାହାର କରୁଛନ୍ତି । ଯାହା ଫଳରେ ସାଧାରଣ ଲୋକ ତ ଦୂରର କଥା ଉଚ୍ଚ ଶିକ୍ଷିତ ଲୋକ ମଧ୍ୟ ସେମାନଙ୍କ ଶିକାର ହେଉଛନ୍ତି । ଅନୁଗୋଳ ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସାଇବର ଠକ ଫାଇନାନ୍ସ ଡିପାର୍ଟମେଣ୍ଟରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ୧୮ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଛନ୍ତି । ସୂଚନା ଅନୁସାରେ ବନ୍ତଳା ଥାନା ଅଞ୍ଚଳର ଦେବବ୍ରତ ତ୍ରିପାଠୀ ନାମକ ଜଣେ ଯୁବକ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ ଚାକିରୀ କରନ୍ତି । ଗତ ୨୩ ତାରିଖରେ ତାଙ୍କ ହ୍ଵାଟ୍ସଆପ ନମ୍ବରକୁ ଏକ କଲ ଆସିଥିଲା । କଲ କରିଥିବା ଠକ ଜଣଙ୍କ ତାଙ୍କୁ ଅନଲାଇନ ଇନଭେଷ୍ଟମେଣ୍ଟ କରିବାକୁ ପ୍ରବତ୍ତାଇବା ସହ କିଛି ଟାସ୍କ ଦେଇଥିଲା । ଦେବବ୍ରତ ତାକୁ କରିଦେବା ପରେ ଠକ ଦେବବ୍ରତଙ୍କ ଆକାଉଣ୍ଟକୁ ଏକ ଛୋଟ ପରିମାଣର ଟଙ୍କା ପଠାଇଥିଲା । ଆଉ ଏହା ପରେ ଅନଲାଇନ ଇନଭେଷ୍ଟମେଣ୍ଟ ଓ ଏହାର ଫାଇଦା ବିଷୟରେ ବୁଝାଇବା ସହ ଏକ ବଡ଼ ପରିମାଣର ଟଙ୍କା ଇନଭେଷ୍ଟମେଣ୍ଟ କରିବାକୁ ବାଧ୍ୟ କରାଇଥିଲା । ଠକ କଥାରେ ପଡି ଦେବବ୍ରତ ୧୮ ଲକ୍ଷ ୬୦ ହଜାର ଟଙ୍କା ଠକ କହିବା ଅନୁସାରେ ପଠାଇ ଦେଇଥିଲେ । ତେବେ ଏହା ପରେ ଆଉ ରିଟର୍ଣ୍ଣ ଇନଭେଷ୍ଟମେଣ୍ଟ ଟଙ୍କା ଆଉ ଅଆଇ ନଥିଲା । ଏହା ପରେ ଦେବବ୍ରତ ସମ୍ପୃକ୍ତ ଠକକୁ ଯେତେ ଯୋଗାଯୋଗ କଲେ ମଧ୍ୟ କୌଣସି ଉତ୍ତର ଆସି ନଥିଲା । ଏହା ପରେ ଦେବବ୍ରତ ହୃଦୟଙ୍ଗମ କରିଥିଲେ ଯେ ସେ ଠକାମୀର ଶିକାର ହୋଇଛନ୍ତି । ଏହା ପରେ ଦେବବ୍ରତ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରୁଛି । Advertisement
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ – ଯୁବକ ଗିରଫ ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ଘଟଣାର ତଦନ୍ତକରି ଜଣେ ଯୁବକକୁ ଗିରଫ କରି…
୬ ଲକ୍ଷ ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜ଼ିଲ୍ଲା ଅବକାରୀ ବିଭାଗକୁ ମିଳିଛି ସଫଳତା । ୬୦ଗ୍ରାମ ବ୍ରାଉନ ସୁଗାର ଜବତ ସହ ଜଣକୁ ଗିରଫ କରିଛି ବିଭାଗ । ସୂଚନା…
ଲୁଟ ବାହାନାରେ ଟଙ୍କା ହଡ଼ପ – ନିଜ ଜାଲରେ ଫସିଲେ ଯୁବକ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ପିସ୍ତଲ ଦେଖାଇ ବିଦ୍ୟୁତ ବିଲ ସଂଗ୍ରହକାରୀଙ୍କ ଠାରୁ ଦୁର୍ବୁତ୍ତ ମାନେ ୮୨ ହଜାର ଟଙ୍କା ଲୁଟିନେଇଥିବା…