ଅପରାଧ ଟିକନ ହତ୍ୟା ଅପରାଧୀ ଗିରଫ Angul OnlineJanuary 13, 2022January 13, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ବେନ୍ତପୁର ଗାଁରେ ଗତ ୧୧ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ଟିକନ ନାଏକ ହତ୍ୟା ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ବେନ୍ତପୁର ମୁଣ୍ଡହତାସାହିର ବିଜୁ ନାଏକ । ପୁଲିସ ସୂଚନା ଅନୁସାରେ ୧୧ ତାରିଖ ସକାଳେ ବିଜୁ ଓ ଟିକନ ଏକାଠି ମଦ୍ୟପାନ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉଭୟ ମିଳାମିଶା ହୋଇ ଯାଇଥିଲେ । ତେବେ ସନ୍ଧ୍ୟାରେ ପୁଣି ଉଭୟ ଏକାଠି ହେବା ସହ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ବେଳେ ବିଜୁ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଟିକନ ପେଟକୁ ଆଘାତ କରିଥିଲା । ଏଥିରେ ଟିକନର ଅନ୍ତଃବୁଜୁଳା ବାହାରି ଯାଇଥିବା ବେଳେ ଟିକନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଟିକନକୁ କଟକ ସ୍ଥାନାନ୍ତର କରା ଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅନୁଗୁଳ ସଦର ଥାନା ପୁଲିସ ବିଜୁ ନାଏକକୁ ଦଫା ୩୦୨-୩୪ ରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଏକ ତରଫା ପ୍ରେମରେ ବିଫଳ ହୋଇ ନାବାଳିକାର ତଣ୍ଟି କାଟି ହତ୍ଯା ଅନୁଗୋଳ – ଏକ ପାଖିଆ ପ୍ରେମ ପାଇଁ ହତ୍ୟାକାଣ୍ଡ । ଘରେ ପଶି ନାବାଳିକାର ତଣ୍ଟି କାଟି ହତ୍ୟା କଲା ଯୁବକ । ଏଭଳି ଘଟଣା ଅନୁଗୋଳ…
ନିଶା ଔଷଧ ଦେଇ ପଥରରେ ଛେଚି ହତ୍ୟା କରିଥିଲେ ମା-ଝିଅ – କୋର୍ଟ ଚାଲାଣ କଲା ପୁଲିସ ଅନୁଗୁଳ – ଗତ ୧୮ ତାରିଖରେ ଅନୁଗୁଳ ସଦର ଥାନା ଖଲାରୀ ଗାଁର ଏକ ଭଡା ଘରେ ଜଣେ ବୃଦ୍ଧା ମହିଳାଙ୍କ ବିଭତ୍ସ ହତ୍ୟା ହୋଇଥିଲା ।…
ଛୁରା ମାଡରେ ବାପା ମୃତ – ମା ଏବଂ ପୁଅ ଗୁରୁତର ଅନୁଗୁଳ – ହୋଲିରେ ରକ୍ତ ରଞ୍ଜିତ ହେଲା ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଗାଁ । ସାମାନ୍ୟ ବଚସାରୁ ସଙ୍ଗବଦ୍ଧ ଆକ୍ରମଣ କରିବା ସହ ଛୁରା ମାଡ ବୋଇଥିବା…