ଅପରାଧ ଚୋରି କରିବାକୁ ଯାଇ ଧରା ପଡିଗଲା ଚୋର Angul OnlineJanuary 13, 2022January 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଅକ୍ଷୟ କୁମାର ମହାପାତ୍ରଙ୍କ ଘରେ ଚୋରି କରିବାକୁ ଜଣେ ଚୋର ପଶିଥିବା ବେଳେ ପରିବାର ଲୋକ କାବୁ କରି ନେଇ ପୁଲିସର ଜିମା ଦେଇଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ତିଗିରିଆ ଅଞ୍ଚଳର ମହେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଚୋରି ଉଦ୍ୟେଶରେ ଅକ୍ଷୟଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ରୋଷେଇ ଘର ଲାଗିଥିବା ଏକଜଷ୍ଟ ଫ୍ୟାନ ଭାଙ୍ଗି ସେହି ବାଟରେ ରୋଷେଇ ଘରେ ପ୍ରବେଶ କରିଥିଲା । ତେବେ ରୋଷେଇ ଘରେ ଥିବା ବାସନ କୁସନ ପଡି ଶବ୍ଦ ହେବା ଫଳରେ ଘରେ ଶୋଇଥିବା ଲୋକ ସମସ୍ତେ ଉଠି ପଡିଥିଲେ । ଏହା ଦେଖି ଚୋର ଦୌଡ଼ି ଡ୍ରଇଂ ରୁମ୍ ରେ ପଶିଯାଇଥିଲା । ଡ୍ରଇଂ ରୁମ୍ ଏକ ପାଖରୁ ଲକ ପଡିଥିବାବେଳେ ଅନ୍ୟ କବାଟକୁ ଘର ଲୋକ ଲକ୍ କରି ଦେଇଥିଲେ । ପରେ ବଅଁରପାଳ ଥାନାକୁ ଖବର ଦେଇଥିଲେ । ଖବର ପାଇ ବଅଁରପାଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରକୁ କାବୁ କରିଥିଲେ । ପୁଲିସ କେଶ୍ ନମ୍ଵର୍ ୧୮/୨୦୨୨ ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରି ଥିବା ସୂଚନା ମିଳିଛି । Advertisement
ଭାଇକୁ ମାରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି ଅନୁଗୁଳ – ଭାଇକୁ ହତ୍ୟା କରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି । ହେଲେ ରଖେ ହଋ ତ ମାରେ କିଏ ?…
ମହିଳାଙ୍କ ସହ ୪ ଚେନ ଲୁଟେରା ଗିରଫ ତାଳଚେର – ଅନୁଗୁଳ ତାଳଚେରର ଜନଗହଳିପୂର୍ଣ୍ଣ ସ୍ପଷ୍ଟ ଦିବାଲୋକରେ ପୁଲିସ୍କୁ ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ସ୍ଥାନରୁ ମହିଳାଙ୍କ ଠାରୁ ସୁନାଚେନ୍ ଝାମ୍ପିନେଇ ଆଖି ପିଛୁଳାକେ…
ଢ଼ାବା ବେପାରରୁ ବ୍ରାଉନସୁଗାର ବେପାର – ଗିରଫ କଲା ଅବକାରୀ ବିଭାଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଆଜି ନାଲକୋନଗର ଥାନା ଅଞ୍ଚଳ କାଣ୍ଡସର ଠାରୁ ୨୫୫ ଗ୍ରାମ…