ଅପରାଧ ବିପୁଳ ପରିମାଣର ଚୋରା ସ୍କ୍ରାପ ଜବତ – ୩ ଗିରଫ Angul OnlineAugust 21, 2021August 21, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଛେଣ୍ଡିପଦା-ଜରପଡା ରାସ୍ତାର ଶୁନଭୂଇଁ ନିକଟରୁ ଦୁଇଟି ଚୋରା ସ୍କ୍ରାପ ବୋଝେଇ ଗାଡି ଦୁଇଟିକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ପୁଲିସ ସୂଚନା ଅନୁସାରେ , ପେଟ୍ରୋଲିଂ କରୁଥିବା ବେଳେ ଦୁଇଟି ସ୍କ୍ରାପ ବୋଝେଇ ଗାଡି ଜରପଡା ଜାତୀୟ ରାଜପଥ ପଥକୁ ଯାଉଥିବା ଖବର ମିଳିଥିଲା । ଏଥିପାଇଁ ପୁଲିସ ସଜାଗ ଥିବା ବେଳେ ଶୁନଭୁଇଁ ଛକ ଠାରେ ଏକ ବୋଲେରୋ ପିକଅପ(ଓଡି ୦୨ ଏସି ୮୩୧୩) ଓ ଟାଟା ମିନିଟ୍ରକ(ଓଡି ୧୯ ଏନ ୨୨୪୦) ଗାଡି ଦୁଇଟିକୁ ଅଟକାଇ ଯାଞ୍ଚ କରିଥିଲା । ଏହି ଯାଞ୍ଚ ବେଳେ ସେଥିରେ ବେଆଇନ ଭାବେ ଚୋରା ସ୍କ୍ରାପ ଚଲାଣ ହେଉଥିବା ଥିବା ଦେଖିବା ପରେ ପୁଲିସ ଉକ୍ତ ଦୁଇଟି ଜବତ କରାଇଥିଲା । ସେଥିରେ ମୋଟ ୮୦୧୦ କିଗ୍ରା ଚୋରା ସ୍କ୍ରାପ ଥିବା ଜଣା ପଡିଛି । ପୁଲିସ ଗାଡି ଦୁଇଟିକୁ ଜବତ କରିବା ସହିତ ଏଥିରେ ସପୃକ୍ତ ଗାଡି ଚାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ହଣ୍ଡପା ଥାନା କୃଷ୍ଣପୁର ଗ୍ରାମର ସଦନ ପ୍ରଧାନ ,ଛେଣ୍ଡିପଦା ଥାନା ବାଗଡିଆ ଗାଁର କୈଳାଶ ସାହୁ ଓ ଜରପଡା ଥାନା ନାଉପଦା ଗାଁର ବିଜୟ ଶିଠ । ଏ ନେଇ ଛେଣ୍ଡିପଦା ପୁଲିସ ୩୮୫/୨୧ ଓ ୩୮୬/୨୧ରେ ଦୁଇଟି ମାମଲା ରୁଜୁ କରିବା ସହିତ ଗିରଫ ଅଭିଯୁକ୍ତ ମାଙ୍କଙ୍କୁ କୋର୍ଟ ଚାଲଣ କରିଛି । Advertisement
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ – ଯୁବକ ଗିରଫ ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ଘଟଣାର ତଦନ୍ତକରି ଜଣେ ଯୁବକକୁ ଗିରଫ କରି…
ନିଖୋଜ ସରପଞ୍ଚଙ୍କୁ ଠାବ କଲା ପୁଲିସ – ଅପହରଣ ହୋଇଥିଲେ ନା ନିଜେ ରଚିଥିଲେ ନାଟକ !! ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ କରା ଯାଇଥିବା ଗତକାଲି ରାତିରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ…
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ଵାମି ଅନୁଗୁଳ – ସାବିତ୍ରୀ ଅମାବାସ୍ୟା ଭଳି ଦିନରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ବନ୍ତଳା ଥାନା ବଡକେରା ଗାଁରେ…