ଅପରାଧ ଛିନତାଇ ଅଭିଯୋଗରେ ୨ ଗିରଫ Angul OnlineJuly 15, 2023July 15, 2023 ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିନତାଇ ଅଭିଯୋଗରେ ପୁଲିସ ଶନିବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫକରିଛି। ସୂଚନା ଯେ, ଗତ ୭ ତାରିଖ ଅପରାହ୍ନରେ ଗାଁର ସୁକାନ୍ତି ଦେହୁରୀ(୬୫) ନାମକ ଜଣେ ମହିଳା ତାଙ୍କ ଘର ପଛପାଖ ବଗିଚାରେ ବୁଲୁଥିଲେ। ତାଙ୍କର ସ୍ମରଣ ଶକ୍ତି ନାହିଁ। ଅନେକ ସମୟରେ ବହୁତ କଥା ତାଙ୍କର ମନେ ରୁହେ ନାହିଁ। ଏହାର ସୁଯୋଗ ନେଇ ତାଙ୍କ ଘରେ ନିୟମିତ କାମ କରୁଥିବା ଶ୍ରମିକ କୁମଣ୍ଡ ଭଣ୍ଡୁବରର ସୗମ୍ୟଜିତ ପ୍ରଧାନ ଓରଫ ଲଣ୍ଡା(୨୭) ଓ ତାଙ୍କ ସାଙ୍ଗ ହେମୁସୁରପଡ଼ାର ଶିଶିର ଭୋଇ ଓରଫ ପପୁ(୨୫) ସୁକାନ୍ତିଙ୍କ ବେକରେ ଥିବା ଏକ ସୁନା ଚେନକୁ ଛିଣ୍ଡାଇ ନେଇଥିଲେ। ସୁକାନ୍ତି ପାଟି କରିଥିଲେ। ପରିବାର ଲୋକେ ଆସିବାରୁ କିଛି ମନେନଥିଲ। ପରେ ତାଙ୍କର ମନେପଡ଼ିବାରୁ ଲଣ୍ଡା ତାଙ୍କ ସୁନା ଚେନ ଛିଣ୍ଡାଇ ନେଇଥିବା କହିଥିଲେ। ଏହା ଜାଣିବାପରେ ବୋହୁ ଲକ୍ଷ୍ମୀପ୍ରିୟା ଦେହୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଲଣ୍ଡା ଓ ପପୁଙ୍କୁ ଗିରଫକରି ସେମାନଙ୍କଠାରୁ ସୁନା ଚେନକୁ ଉଦ୍ଧାର କରିଛି । ୨ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରିଛି। Advertisement
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ – ଦେଢଶୁର ଜମି ଛଡାଇ ନେଇଥିବା ଅଭିଯୋଗ ଅନୁଗୁଳ – ଆଜି (୨୫ ତାରିଖ) ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବିଧବା ମହିଳା ଆତ୍ମହୁତି ଉଦ୍ୟମ କରିଛନ୍ତି । କିରୋସିନ ଢାଳି ନିଜ ଦେହରେ…
ପ୍ଲାଣ୍ଟରୁ ଲୁହା ଗୁଲି ଚୋରି ଅଭିଯୋଗରେ ୩ ଟ୍ରକ ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିକଟସ୍ଥ ଜିନ୍ଦଲ ପ୍ଲାଣ୍ଟ ପରିସରରୁ ଲୁହା ଗୁଲି(ପାନ୍ଥର ଶର୍ଟ )ଚୋରୀ କରିବା ଅଭିଯୋଗରେ ପୋଲିସ ୩ ଟି…
ଚାନ୍ଦା ମାଗି ତିନି ଯୁବକ ଗିରଫ ଅନୁଗୁଳ – ମଦ ଭାଟିରୁ ଚାନ୍ଦା ମାଗିବା ଅଭିଯୋଗରେ ବଅଁରପାଳ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରିଫ ଯୁବକ…