ଅପରାଧ ଛିନତାଇ ଅଭିଯୋଗରେ ୨ ଗିରଫ Angul OnlineJuly 15, 2023July 15, 2023 ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିନତାଇ ଅଭିଯୋଗରେ ପୁଲିସ ଶନିବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫକରିଛି। ସୂଚନା ଯେ, ଗତ ୭ ତାରିଖ ଅପରାହ୍ନରେ ଗାଁର ସୁକାନ୍ତି ଦେହୁରୀ(୬୫) ନାମକ ଜଣେ ମହିଳା ତାଙ୍କ ଘର ପଛପାଖ ବଗିଚାରେ ବୁଲୁଥିଲେ। ତାଙ୍କର ସ୍ମରଣ ଶକ୍ତି ନାହିଁ। ଅନେକ ସମୟରେ ବହୁତ କଥା ତାଙ୍କର ମନେ ରୁହେ ନାହିଁ। ଏହାର ସୁଯୋଗ ନେଇ ତାଙ୍କ ଘରେ ନିୟମିତ କାମ କରୁଥିବା ଶ୍ରମିକ କୁମଣ୍ଡ ଭଣ୍ଡୁବରର ସୗମ୍ୟଜିତ ପ୍ରଧାନ ଓରଫ ଲଣ୍ଡା(୨୭) ଓ ତାଙ୍କ ସାଙ୍ଗ ହେମୁସୁରପଡ଼ାର ଶିଶିର ଭୋଇ ଓରଫ ପପୁ(୨୫) ସୁକାନ୍ତିଙ୍କ ବେକରେ ଥିବା ଏକ ସୁନା ଚେନକୁ ଛିଣ୍ଡାଇ ନେଇଥିଲେ। ସୁକାନ୍ତି ପାଟି କରିଥିଲେ। ପରିବାର ଲୋକେ ଆସିବାରୁ କିଛି ମନେନଥିଲ। ପରେ ତାଙ୍କର ମନେପଡ଼ିବାରୁ ଲଣ୍ଡା ତାଙ୍କ ସୁନା ଚେନ ଛିଣ୍ଡାଇ ନେଇଥିବା କହିଥିଲେ। ଏହା ଜାଣିବାପରେ ବୋହୁ ଲକ୍ଷ୍ମୀପ୍ରିୟା ଦେହୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଲଣ୍ଡା ଓ ପପୁଙ୍କୁ ଗିରଫକରି ସେମାନଙ୍କଠାରୁ ସୁନା ଚେନକୁ ଉଦ୍ଧାର କରିଛି । ୨ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରିଛି। Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଆଗରେ ଯୁବକଙ୍କୁ ନିସ୍ତୁକ ମାଡ଼ – ପୁଲିସ ସାଜିଲା ଦେଖଣାହାରୀ ଅନୁଗୁଳ – ରୋଗୀଙ୍କ ସମ୍ପର୍କୀୟଠାରୁ ଟଙ୍କା ଠକେଇ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା । ଧରା ପଡ଼ିବା ପରେ ନିସ୍ତୁକ ପିଟିଲେ ଲୋକ । ଅନୁଗୁଳ ଜିଲ୍ଲା ମୁଖ୍ୟ…
ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ – ଯୁବକ ଗିରଫ ତାଳଚେର – ପୂର୍ବତନ ପ୍ରେମିକାର ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ତାଳଚେର କୋଲିୟାରୀ ପୁଲିସ । ଗିରଫ ଯୁବକ…
ଘର ମାଲିକଙ୍କୁ ମାଉଜର ଓ ଭୁଜାଲିରେ ଆକ୍ରମଣ କରି ଲୁଟ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବନମାଳିପୁର ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ଭୁଜାଲି ଓ ବନ୍ଧୁକ ଦେଖାଇବା ସହ ଘର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ…