ମୁଖ୍ୟ ଖବର ବାପା-ଝିଅଙ୍କ ଉପରେ ଚଢ଼ିଗଲା ଟ୍ରକ – ଉଭୟ ମୃତ Angul OnlineMarch 14, 2022March 14, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ମୋଟରସାଇକେଲ ଉପରେ ଟ୍ରକ୍ ଚଢ଼ି ଯିବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଖମାର ଗ୍ରାମର ସୁନୀଲ କୁମାର ସାହୁ ଏବଂ ଝିଅ ସଙ୍ଗୀତା ସାହୁ । ମୃତ ସୁନୀଲ କୁମାର ସାହୁ କଣିହାଁ ବ୍ଲକରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ଝିଅ ସଙ୍ଗୀତା ସମନ୍ବିତ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ସକାଳୁ ସେମାନେ ନିଜ ଘରୁ କଣିହାଁ ଅଭିମୁଖେ ମୋଟରସାଇକେଲ ( ଓଡି ୦୬ ଡି ୮୭୦୨) ଯୋଗେ ଯାଉଥିବା ବେଳେ ତାଳଚେର ପଟୁ ଆସୁଥିବା ସିଜି ୦୬ ଜିକ୍ୟୁ ୭୭୪୪ ନମ୍ବର ବିଶିଷ୍ଟ ଟ୍ରକ୍ଟି ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ବାପ-ଝିଅଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ୧୪୯କୁ ଅବରୋଧ କରାଯାଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହ ପୋଲିସ ମୁତୟନ କରାଯାଇଥିଲା । Advertisement
ଶୀଘ୍ର ସାର ଜାତୀୟ ରାଜପଥ ୫୫ କାର୍ଯ୍ୟ – ମୁଖ୍ୟ ଶାସନ ସଚିବ ଅନୁଗୁଳ – ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ବଲପୁର ଜିଲ୍ଲା ଗସ୍ତ କରି କଟକ – ସମ୍ବଲପୁର ଜାତୀୟ ରାଜପଥ ( ଏନ୍ଏଚ୍…
ପୋଲ ଉପରେ ବସିଥିଲେ – ଟ୍ରକ ଧକ୍କା ଦେବାରୁ ପୋଲ ତଳେ ପଡି ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣି କୋଲକରିଡର ରାସ୍ତାରେ ଜଣଙ୍କୁ ଧକ୍କା ଦେଇ ପୋଲ ଉପରେ ଝୁଲି ରହିଲା ଟ୍ରକ । ଧକ୍କା…
ବଜ୍ରପାତରେ ଚାଷୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଗାଁରେ ବଜ୍ରପାତରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ଗାଁର ସୁଧାକର…