ମୁଖ୍ୟ ଖବର ବିନ୍ଦଲ କାରଖାନାରେ ଅଗ୍ନିକାଣ୍ଡ Angul OnlineMay 3, 2022May 6, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନର୍ଗତ ବିନ୍ଦଲ ସ୍ପଞ୍ଜ ଆଇରନ ଫାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣା ପଡିଛି । ସୂଚନା ମୁତାବକ, ଦୀର୍ଘ ଦୁଇ ବର୍ଷ ହେବ ବିନ୍ଦଲ ସ୍ପଞ୍ଜ ଆଇରନ ଫାକ୍ଟ୍ରି ବନ୍ଦ ହୋଇ ପଡି ରହିଥିଲା । ଆଜି କୌଣସି କାରଣରୁ ହଠାତ ଫାକ୍ଟ୍ରି ପରିସରରେ ଅଗ୍ନିକାଣ୍ଡ ଘଟିଥିଲା । ଉପସ୍ଥିତ ଥିବା ସୁରକ୍ଷା କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପ୍ରଥମେ କଣିହାଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ପ୍ରାୟ ଅଧ ଘଣ୍ଟା ଚେଷ୍ଟା କରିବା ପରେ ବିଫଳ ହୋଇଥିବାରୁ ସଙ୍ଗେ ସଙ୍ଗେ ଅନୁଗୁଳ, ଏନଟିପିସି, ନାଲକୋ ସ୍ମେଲଟର, ସିଆଇଏସଏଫ ଅଗ୍ନିଶମ ବିଭାଗର ୨ ଟି ଦଳ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ସାଢେ ପାଞ୍ଚ ଘଣ୍ଟା ପରିଶ୍ରମରେ ନିଆଁକୁ ଆୟତ କରିଥିଲେ । ସୂଚନାଯୋଗ୍ୟ ବିନ୍ଦଲ ପ୍ଲାଣ୍ଟ ବନ୍ଦ ହୋଇ ରହିଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ କିମ୍ବା କେହି କର୍ମଚାରୀ ସିଗାରେଟ କିମ୍ବା ବିଡି ଘାଇ ପକେଇ ଥିବାରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରା ଯାଉଛି । Advertisement
ନାତୁଣୀକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ଅଜା ମୃତ ଅନୁଗୁଳ – ବିଦ୍ୟୁତ ଆଘାତରେ ଅଜା ମୃତ , ନାତୁଣୀ ଗୁରୁତର । ତାରରେ ଲୁଗା ଶୁଖାଇବା ବେଳେ ନାତୁଣୀକୁ ଲାଗିଥିଲା ବିଦ୍ୟୁତ ଆଘାତ । ନାତୁଣୀକୁ…
ବ୍ରାଣ୍ଡେଡ ଶୋରୁମରେ ନକଲି ଜିନ୍ସ – ଜିଲ୍ଲା ସାରା ବ୍ୟାପିଛି ନକଲି କାରବାର !! ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ନକଲି ଜିନ୍ସ କାରବାର ବଢିଥିବା ଜଣା ପଡିଥିବା ବେଳେ ଗୋଟିଏ ପରେ ଗୋଟିଏ ବ୍ରାଣ୍ଡେଡ ଶୋରୁମ ଉପରେ କମ୍ପାନୀ ଓ…
ଭିଜିଲାନ୍ସ କବଜାରେ ସହକାରୀ ନିର୍ବାହୀ ଯନ୍ତ୍ରୀ – ୫୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର RWSS ର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି…