ମୁଖ୍ୟ ଖବର ଝିଅ ବାହାଘର ଦିନ ରେଳ ଧାରଣାରୁ ବାପାଙ୍କ ମୃତଦେହ ଉଦ୍ଧାର Angul OnlineMay 3, 2022May 6, 2022 ଅନୁଗୁଳ – ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସ୍ଥାନୀୟ ହଣ୍ଡପା ଥାନା ଅନ୍ତର୍ଗତ ପର୍ଶୁମାଳ ଗାଁରେ । ସୂଚନା ଅନୁସାରେ ଆଜି ସକାଳୁ ନିକଟସ୍ଥ ଟ୍ରେନ ଲାଇନ କଡ଼ରୁ ଗାଁର ସୁରଥ ବେହେରାଙ୍କ ମୃତଦେହ ମିଳିଥିଲା । ଖବର ପାଇ ଗାଁ ଲୋକ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମାନସିକ ଦୁଶ୍ଚିନ୍ତାରୁ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ତେବେ ଆଜି ସୁରଥଙ୍କ ଝିଅର ବାହାଘର ଥିଲା । ମାତ୍ର ବାହାଘର କିଛିଘଣ୍ଟା ପୂର୍ବରୁ ବାପାଙ୍କ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଛି । Advertisement
ଗାଈ ମୃତ୍ୟୁକୁ ନେଇ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ଗ୍ରାମ ଶାଳବଣି ସାହି ଠାରେ ଥିବା ଏକ କୁକୁଡ଼ା ଫାର୍ମରେ ବିଛା ଯାଇଥିବା ଉଚ୍ଚ ୧୧କେଭି ବିଦ୍ୟୁତ…
ନାବାଳିକା ଭାଣିଜୀ ଅସଦାଚରଣ ଅଭିଯୋଗରେ ମାମୁଁ କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଜଣେ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୁକ୍ତ ମାମୁଁକୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ୨୫ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି…
ଅନୁଗୁଳ ପୌରପାଳିକା ସ୍ବଚ୍ଛ ବାୟୁ ସର୍ବେକ୍ଷଣ ପାଇଁ ପୁରସ୍କୃତ ଅନୁଗୁଳ – କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ଅନୁଗୁଳ ପୌରପାଳିକା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି ।ଏଥିପାଇଁ…