ମୁଖ୍ୟ ଖବର ଜିଲ୍ଲାରେ ପାଣିରେ ବୁଡି ଯୁବ ଇଞ୍ଜିନିୟର ସମେତ ୨ ନିଖୋଜ Angul OnlineAugust 7, 2022August 7, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପାଣିରେ ବୁଡି ଦୁଇଜଣ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରୁ ଡେରେଜାଙ୍ଗ ପ୍ରୋଜେକ୍ଟରେ ନିଖୋଜ ଥିବା ଯୁବକ ଜଣକ ଜଣେ ଇଞ୍ଜିନିୟର ବୋଲି ଜଣା ପଡିଛି । ସେହିଭଳି ରେଙ୍ଗାଳୀ ଜଳ ଭଣ୍ଡାରରେ ଗତକାଲି ଠାରି ଜଣେ ନିଖୋଜ ଥିବା ମଧ୍ୟ ଜଣା ପଡିଛି । ସୂଚନା ଅନୁସାରେ ନାଲକୋର ଅବସର ପ୍ରାପ୍ତ ଏଚଆରଡି କର୍ମଚାରୀ ତ୍ରିନାଥ ଶଙ୍କର ହୋତାଙ୍କ ପୁତ୍ର ବିଭାନ୍ସୁ ହୋତା ତାଙ୍କ ଅନ୍ୟ ୩ ଜଣ ସାଙ୍ଗ ସହ ଡେରଜେଙ୍ଗ ପ୍ରୋଜେକ୍ଟ ଠାରେ ବନ୍ଧୁତ୍ୱ ଦିବସ ପାଳନ କରିବା ପାଇଁ ନାଲକୋନଗରରୁ ଯାଇଥିଲେ । ୪ ସାଙ୍ଗ ଡ୍ୟାମ ନିକଟରେ ଖାଇ ସାରିବା ପରେ ବିଭାନ୍ସୁ ଡ୍ୟାମ ନିକଟକୁ ହାତ ଧୋଇବା ପାଇଁ ଯାଇଥିଲେ । ତେବେ ହଠାତ ତାଙ୍କ ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ହଠାତ ସେ ଗଭୀର ପାଣିକୁ ଚାଲି ଯିବାରୁ ସାଙ୍ଗ ମାନେ ତାଙ୍କୁ ଉଦ୍ଧାର କରି ପାରି ନଥିଲେ । ବିଭାନ୍ସୁ ଏମ.ବି.ଏ ପାଠ ପଢା ସାରି ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଏବେ ୱାର୍କ ଫ୍ରମ ହୋମରେ କରୁଥିଲେ । ବିଭାନ୍ସୁଙ୍କ ମା ନାଲକୋ ଡିପିଏସ ସ୍କୁଲରେ ଗଣିତ ବିଭାଗର ଏଚଓଡି ଦାୟିତ୍ଵ ମଧ୍ୟ ଅଛନ୍ତି । ଯୁବ ଇଞ୍ଜିନିୟର ପାଣିରେ ବୁଡିଯିବା ଖବର ପାଇ ଅନୁଗୁଳ ଅଗ୍ନୀଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲା । ତେବେ ଗଭୀର ପାଣି ଓ ରାତି ହେବାରୁ ତାଙ୍କୁ ଖୋଜିବା ଅସମ୍ଭବ ହୋଇ ପଡିଥିଲା । ସେହିଭଳି ଅନୁଗୁଳ ଜିଲ୍ଲା ରେଙ୍ଗାଳି ଜଳ ଭଣ୍ଡାରରେ ଜଣେ ଯୁବକ ନିଖୋଜ ଥିବା ସନ୍ଦେହ କରା ଯାଉଛି । ସୂଚନା ଅନୁସାରେ ଗତକାଲି ରାତିରେ ଏକ ଲାଲ ରଙ୍ଗର ସ୍କୁତି ନଦୀବନ୍ଧ ଉପରେ ରାଖୀ ଜଣେ ଯୁବକ ବୁଲାବୁଲି କରୁଥିଲେ । ତେବେ ବିଳମ୍ବିତ ରାତିରେ ଯୁବକ ଜଣକୁ ଆଉ ଦେଖିବାକୁ ମିଳି ନଥିଲା । ସ୍କୁଟିଟି ସେହିଭଳି ଛିଡା ହୋଇଥିବା ବେଳେ ଯୁବକ ଜଣଙ୍କ ଜଳଭଣ୍ଡାର ପାଣିକୁ ଡେଇଁ ପଡିଥିବା ସନ୍ଦେହ କରା ଯାଉଛି । ତେବେ ଉକ୍ତ ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁର ସରୋଜ ବିଶ୍ଵାଳ ବୋଲି ସନ୍ଦେହ କରା ଯାଉଛି । ସେ ଏନଟିପିସି ଅଞ୍ଚଳରେ ରହି ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ ସେ ନିଖୋଜ ଥିବା କଥା ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି । Advertisement
ଜେଲରୁ ଛୁ ମାରିଲେ ଦୁଇ କଏଦୀ – ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ କାରାଗାରର ପାଚେରୀ ଡେଇଁ ଦୁଇ ବିଚରାଧୀନ କଏଦୀ ଫେରାର ହୋଇ ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି…
ଅନୁଗୁଳ ଜିଲ୍ଲାର ପୁଅ ତଥା ଓଡ଼ିଆ ଆଇପିଏସ ଅଧିକାରୀ ହେଲେ ରାଜସ୍ଥାନ ଡିଜିପି ଅନୁଗୁଳ – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ କୋଶଳା ଗ୍ରାମର ପୁଅ ଉତ୍କଳ ରଞ୍ଜନ ସାହୁ ରାଜସ୍ଥାନ ରାଜ୍ୟର ଡିଜିପି ଭାବେ ଅବସ୍ଥାପିତ ହୋଇଛନ୍ତି ।…
ଲକ୍ଷ୍ମୀ ପୂଜାରେ ବୁଲିବେ ପୁଲିସର ଶକ୍ତି ବାହିନୀ ଅନୁଗୁଳ – ଅନୁଗୁଳରେ ଆଜିଠାରୁ ଆରମ୍ଭ ହୋଇ ଯାଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ପୂଜା ପାଇଁ ଅନୁଗୁଳ ସହର ବେଶ ଚଳଚଞ୍ଚଳ ରହିବ । ଏହି…