ମୁଖ୍ୟ ଖବର ଜିଲ୍ଲାରେ ପାଣିରେ ବୁଡି ଯୁବ ଇଞ୍ଜିନିୟର ସମେତ ୨ ନିଖୋଜ Angul OnlineAugust 7, 2022August 7, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପାଣିରେ ବୁଡି ଦୁଇଜଣ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରୁ ଡେରେଜାଙ୍ଗ ପ୍ରୋଜେକ୍ଟରେ ନିଖୋଜ ଥିବା ଯୁବକ ଜଣକ ଜଣେ ଇଞ୍ଜିନିୟର ବୋଲି ଜଣା ପଡିଛି । ସେହିଭଳି ରେଙ୍ଗାଳୀ ଜଳ ଭଣ୍ଡାରରେ ଗତକାଲି ଠାରି ଜଣେ ନିଖୋଜ ଥିବା ମଧ୍ୟ ଜଣା ପଡିଛି । ସୂଚନା ଅନୁସାରେ ନାଲକୋର ଅବସର ପ୍ରାପ୍ତ ଏଚଆରଡି କର୍ମଚାରୀ ତ୍ରିନାଥ ଶଙ୍କର ହୋତାଙ୍କ ପୁତ୍ର ବିଭାନ୍ସୁ ହୋତା ତାଙ୍କ ଅନ୍ୟ ୩ ଜଣ ସାଙ୍ଗ ସହ ଡେରଜେଙ୍ଗ ପ୍ରୋଜେକ୍ଟ ଠାରେ ବନ୍ଧୁତ୍ୱ ଦିବସ ପାଳନ କରିବା ପାଇଁ ନାଲକୋନଗରରୁ ଯାଇଥିଲେ । ୪ ସାଙ୍ଗ ଡ୍ୟାମ ନିକଟରେ ଖାଇ ସାରିବା ପରେ ବିଭାନ୍ସୁ ଡ୍ୟାମ ନିକଟକୁ ହାତ ଧୋଇବା ପାଇଁ ଯାଇଥିଲେ । ତେବେ ହଠାତ ତାଙ୍କ ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ହଠାତ ସେ ଗଭୀର ପାଣିକୁ ଚାଲି ଯିବାରୁ ସାଙ୍ଗ ମାନେ ତାଙ୍କୁ ଉଦ୍ଧାର କରି ପାରି ନଥିଲେ । ବିଭାନ୍ସୁ ଏମ.ବି.ଏ ପାଠ ପଢା ସାରି ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଏବେ ୱାର୍କ ଫ୍ରମ ହୋମରେ କରୁଥିଲେ । ବିଭାନ୍ସୁଙ୍କ ମା ନାଲକୋ ଡିପିଏସ ସ୍କୁଲରେ ଗଣିତ ବିଭାଗର ଏଚଓଡି ଦାୟିତ୍ଵ ମଧ୍ୟ ଅଛନ୍ତି । ଯୁବ ଇଞ୍ଜିନିୟର ପାଣିରେ ବୁଡିଯିବା ଖବର ପାଇ ଅନୁଗୁଳ ଅଗ୍ନୀଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲା । ତେବେ ଗଭୀର ପାଣି ଓ ରାତି ହେବାରୁ ତାଙ୍କୁ ଖୋଜିବା ଅସମ୍ଭବ ହୋଇ ପଡିଥିଲା । ସେହିଭଳି ଅନୁଗୁଳ ଜିଲ୍ଲା ରେଙ୍ଗାଳି ଜଳ ଭଣ୍ଡାରରେ ଜଣେ ଯୁବକ ନିଖୋଜ ଥିବା ସନ୍ଦେହ କରା ଯାଉଛି । ସୂଚନା ଅନୁସାରେ ଗତକାଲି ରାତିରେ ଏକ ଲାଲ ରଙ୍ଗର ସ୍କୁତି ନଦୀବନ୍ଧ ଉପରେ ରାଖୀ ଜଣେ ଯୁବକ ବୁଲାବୁଲି କରୁଥିଲେ । ତେବେ ବିଳମ୍ବିତ ରାତିରେ ଯୁବକ ଜଣକୁ ଆଉ ଦେଖିବାକୁ ମିଳି ନଥିଲା । ସ୍କୁଟିଟି ସେହିଭଳି ଛିଡା ହୋଇଥିବା ବେଳେ ଯୁବକ ଜଣଙ୍କ ଜଳଭଣ୍ଡାର ପାଣିକୁ ଡେଇଁ ପଡିଥିବା ସନ୍ଦେହ କରା ଯାଉଛି । ତେବେ ଉକ୍ତ ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁର ସରୋଜ ବିଶ୍ଵାଳ ବୋଲି ସନ୍ଦେହ କରା ଯାଉଛି । ସେ ଏନଟିପିସି ଅଞ୍ଚଳରେ ରହି ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ ସେ ନିଖୋଜ ଥିବା କଥା ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି । Advertisement
ଘରୁ ଟାଣି ନେଇ କଚାଡି ଦେଲା ହାତୀ – ଜଣେ ମୃତ ପାଲଲହଡା – ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମରେ ଦାନ୍ତ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ…
ବସ ଡ୍ରାଇଭରଙ୍କ ଦାଦାଗିରି – ଦମକଳକୁ ଅଟକାଇ ଗାଳି ଅନୁଗୁଳ – ଅନୁଗୁଳ ଜିଲ୍ଲା ବୁଢାପଙ୍କ ଫାଟକ ନିକଟରେ ଆଜି ଡଲଫିନ ନାମକ ଏକ ଘରୋଇ ଯାତ୍ରୀବାହି ବସର ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କ ଦବଙ୍ଗଗିରି ଦେଖିବାକୁ…
ଅନୁଗୁଳ ପୌରାଞ୍ଚଳ ସଟଡାଉନ ଅନୁଗୁଳ – ଅନୁଗୁଳ ପୌରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରିଛି । ପ୍ରଶାସନ ପକ୍ଷରୁ…