ମୁଖ୍ୟ ଖବର ସୁରକ୍ଷାକର୍ମୀଙ୍କ ଗୁଳିରେ ଯୁବକ ଗୁରୁତର Angul OnlineAugust 10, 2022August 10, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏକଘରିଆ ଅଞ୍ଚଳରେ ଗୁଳି ମାଡରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣା ପଡ଼ିଛି । ଏକଘରିଆ ଠାରେ ବନ୍ଦ ହୋଇ ପଡ଼ିଥିବା ବିନ୍ଦଲ କାରଖାନାରେ ଏଭଳି ଘଟଣା ଘଟିଛି । ବିନ୍ଦଲ କାରଖାନାର ସୁରକ୍ଷାକର୍ମୀଙ୍କ ଗୁଳି ମାଡରେ ଗୁରୁତର ହୋଇଥିବା ଯୁବକ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୁରକ୍ଷାକର୍ମୀଙ୍କ କହିବା ଅନୁସାରେ ଆଜି ଅପରାହ୍ନରେ କିଛି ଯୁବକ କାରଖାନା ପରିସରକୁ ଚୋରି କରିବାକୁ ପଶିଥିବା ବେଳେ ବାଧ୍ୟ ହୋଇ ସେମାନେ ଗୁଳି ଚଳାଇଥିଲେ । ତେବେ ଗୁଳିର କିଛି ଅଂଶ ବିଲିଣ୍ଡା ଗାଁର ଲିପକ ବେହେରାଙ୍କ ଗୋଡ ଓ ପେଟରେ ବାଜିଥିଲା । ଯାହା ଫଳରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ସେପଟେ ଲିପକଙ୍କ ପରିବାର ଲୋକଙ୍କ କହିବା କଥା ସେମାନେ ମାଛ ମାରିବାକୁ ଯାଇଥିବା ବେଳେ ସୁରକ୍ଷାକର୍ମୀ ମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଖବର ପାଇ ତାଳଚେର ପୁଲିସ ଘଟଣା ଉପରେ ନଜର ରଖିଥିବା ବେଳେ ଖବର ଲେଖାଯିବା ଯାଏ ଏ ନେଇ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଜଣା ପଡିଛି । Advertisement
ଯୋଗାଣ ନିରୀକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପୋଲରମୁଣ୍ଡା ଗ୍ରାମର ନିରୋଦ କୁମାର ସାହୁ ନାମକ କଣ୍ଟ୍ରୋଲ ଦୋକାନୀ ଠାରୁ ୨୦୧୪ ମସିହାରେ ଲାଞ୍ଚ ନେଉଥିବା ବେଳେ…
ଅନୁଗୋଳ ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ – ଦ୍ଵିତୀୟ ଥର ପାଇଁ ଅମ୍ବିକା ସଭାପତି ଅନୁଗୋଳ – ଚଳିତ ୨୦୨୩-୨୫ ବର୍ଷ ପାଇଁ ଅନୁଗୋଳ ଜିଲ୍ଲା ଟ୍ରକ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ରବିବାର ଦିନ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ…
ବିଚାରାଧୀନ କଏଦୀଙ୍କ ମୃତ୍ୟୁ କଟକ – ଅନୁଗୁଳ ଜିଲ୍ଲାର ଜଣେ ବିଚାରଧୀନ କଏଦୀଙ୍କ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଛେଣ୍ଡିପଦା ଥାନା ଅନ୍ତର୍ଗତ…