କୁକୁଡା ମାଂସ ଚୋରି କରି ପୂଜକ ହଟହଟା

ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ  ଜଣେ ପୂଜକ ତାଙ୍କର କିଛି ସହଯୋଗୀଙ୍କ ସହ ମିଶି କୁକୁଡା ଚାରି କରିଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ପୂଜକଙ୍କୁ ହଟହଟା ହେବାକୁ ପଡିଛି । ସୂଚନା ଅନୁସାରେ ବାଲିଚନ୍ଦ୍ରପୁର ଅଞ୍ଚଳର ଏକ କୁକୁଡା ଫାର୍ମରୁ କିଛି ଯୁବକ କୁକୁଡା ଚୋରି କରି ଭୋଜି କରିବା ଯୋଜନା କରୁଥିଲେ । ତେବେ କୁକୁଡା ଚୋରି କରି ନେବା ପରେ ଫାର୍ମ ମାଲିକ କୁକୁଡା ଚୋରି ସମ୍ପର୍କରେ ଜାଣିବାକୁ ପାଇ ତନାଘନା କରିଥିଲେ । ତନାଘନା ବେଳେ ଶିବ ମନ୍ଦିରର ଜଣେ ପୂଜକ ଏହି କୁକୁଡା ଚୋରିରେ ସମ୍ପୃକ୍ତ ଥିବା ଜାଣିବା ପରେ ସେ ଛକ ନିକଟରେ ପୂଜକ ଜଣଙ୍କୁ ଅଟକାଇ ପଚରାଉଚୁରା କରିଥିଲେ । ପୂଜକଙ୍କୁ କୁକୁଡା ଚୋରି କଥା ପଚାରିବା ସମୟରେ ଭିଡ ଜମିବା ସହ କିଛି ଲୋକ ପୂଜକଙ୍କୁ ଉତ୍ତମ ମଧ୍ୟମ ମଧ୍ୟ ଦେଇଥିଲେ । ତେବେ ସର୍ବ ସମ୍ମୁଖରେ ଜଣେ ଶିବ ମନ୍ଦିର ପୂଜକ କୁକୁଡା ଚୋରି ପାଇଁ ପ୍ରାୟ ଅଢାଘଣ୍ଟା ଧରି ଦହଗଞ୍ଜ ହେବା ପରେ ଲୋକେ ତାଙ୍କୁ ଛାଡି ଦେଇଥିଲେ । ଏଭଳି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।  

Advertisement

Leave a Reply

Your email address will not be published. Required fields are marked *

You cannot copy content of this page