ଅପରାଧଭାଇରାଲ ଭିଡିଓ ବେଧଡକ ଚାଲିଛି ଜୁଆଖେଳ – ଭିଡିଓ ଭାଇରାଲ Angul OnlineMay 16, 2021May 16, 2021 ଛେଣ୍ଡିପଦା – ଖୁଲମଖୁଲା ଜୁଆ ଖେଳ ଚାଲିଛି । ବାଜିରେ ହଜାର ହଜାର ଟଙ୍କା ପଡୁଛି । ଯାହାର ଏକ ଭିଡିଓ ଭାଇରାଲ ହେଉଛି । ଆଉ ଏହି ଭିଡିଓଟି ଅନୁଗୁଳ ଜିଲ୍ଲା କୋଶଳାର ବୋଲି ଜଣା ପଡିଛି । ଦିନରାତି ପ୍ରାୟ ସବୁବେଳେ ଏଭଳି ଜୁଆଖେଳ କୋଶଳା ଗାଁ ଶିମିଳିସାହି ଅଞ୍ଚଳରେ ହେଉଥିବା କୁହା ଯାଉଛି । ନା ଆଇନକାନୁନ ଭୟ ରହିଛି ନା କାହାକୁ ଖାତିର ଅଛି । ତେବେ ଖୁଲମଖୁଲା ଏଭଳି ଜୁଆଖେଳ ଚାଲୁଥିଲେ ମଧ୍ୟ ଏ ଦିଗରେ ପୋଲିସ ପ୍ରଶାସନର ନିଷ୍କ୍ରିୟତା ସନ୍ଦେହ ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରେ ରାତି ଦିନ ସୁବିଧା ସୁଯୋଗ ଦେଖି ଜୁଆଖେଳ ଆରମ୍ଭ ହୋଇଯାଉଛି । ବିଶେଷକରି ଦୋକାନ ଘର ପଛ ପାଖ , ଦୋକାନ ପିଣ୍ଡିରେ ଚାଲୁଛି ଏହି ଖେଳ । ଜୁଆଖେଳରେ କିଛି ଯୁବବର୍ଗ ସାମିଲ ହେଉଥିବା ଜଣାପଡିଛି । ଶୀଘ୍ର ଲାଭବାନ ହେବା ଆଶାରେ ଏହି ଖେଳ ପ୍ରତି ଆଗ୍ରହ ଦେଖାଉଛନ୍ତି ଯୁବପିଢି । ତେବେ ଗାଁ ଭିତରେ ଖୁଲମଖୁଲା ଭାବେ ଏହି ଖେଳ ଚାଲୁଥିଲେ ମଧ୍ୟ ଏ ସମ୍ପର୍କରେ ପୋଲିସ ନ ଜାଣିବା ତାହା ଚିନ୍ତାର ବିଷୟ ପାଲଟିଛି । https://angulonline.com/odia/wp-content/uploads/2021/05/WhatsApp-Video-2021-05-16-at-14.12.45.mp4 Advertisement
ବିପୁଳ ପରିମାଣର ନକଲି ବିଦେଶୀ ମଦ ଠିପି ଓ ଲେବଲ ଜବତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ରାଣୀଗୁଡା ରେ ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ…
ଘର ତଳୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର – ଘଟଣାରେ ଡିଆଇଜି ରଖିଲେ ପ୍ରତିକ୍ରିୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଜେରେଙ୍ଗ ଦେହୁରୀ ସାହିର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ବିଭୁତି ଗଡ଼ନାୟକଙ୍କ ଘର ଆଗରୁ ଆଜି ସକାଳେ…
ଚାକିରୀ ପାଇଁ ଦେଇଥିବା ଟଙ୍କା ମାଗିବାରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଛେଣ୍ଡିପଦା – ଟଙ୍କା ଦେଲେ ଚାକିରୀ କାରାଇ ଦେବାକୁ କହି ଘରୁ ଡାକି ଆଣିଲେ । ଚାକିରୀ କରାଇ ଦେବେ କଣ , ବଂର ଟଙ୍କା ନେଇ…