ଅନଲାଇନ ଏକ୍ସକ୍ଲୁସିଭମୁଖ୍ୟ ଖବର ପ୍ରଥମ ଜିଲ୍ଲାପାଳଙ୍କ ଦେହାନ୍ତ Angul OnlineMay 16, 2021May 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ଦ୍ବିଜବର କାନୁନଗୋଙ୍କର ପରଲୋକ ଘଟିଛି । ସ୍ଵର୍ଗତ କାନୁନ୍ଗୋ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିବବା ପରେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ପରେ କୋଭିଡ୍ କଟକଣା ଅନୁଯାୟୀ ସତ୍ୟନଗର ଶ୍ମଶାନରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଓଡ଼ିଶାର ଜିଲ୍ଲା ପୁନର୍ଗଠନ ପରେ ଦ୍ଵିଜବର କାନୁନ୍ଗୋ ଅନୁଗୁଳର ପ୍ରଥମ ଜିଲ୍ଲାପାଳ ଭାବେ ୧୯୯୩ ମସିହା ଏପ୍ରିଲ ମାସ ୧ ତାରିଖରୁ ସେହି ବର୍ଷ ଡିସେମ୍ବର ୬ ତାରିଖ ଯାଏ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଥିଲେ । ପୂର୍ବରୁ ସେ ଭୁବନେଶ୍ଵରରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରଶାସନ ବିଭାଗର ମାହାଲ ନିର୍ଦ୍ଦେଶକ ଆଦି ଗୁରୁତ୍ଵପୂର୍ଣ୍ଣ ପଦ ପଦବିରେ ଅବସ୍ଥାପିତ ହୋଇଥିଲେ । ଅବସର ପରେ ସେ ଓକିଲାତି କରୁଥିଲେ । କଟକ ଜିଲ୍ଲାର ନିଆଳି ବ୍ଲକ୍ ଅନ୍ତର୍ଗତ ମାଧବ ଗାଁରେ ଜନ୍ମ ହୋଇଥିବା ବେଳେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ବିଭିନ୍ନ ମହଲରେ ସେ ପରିଚିତ ଥିଲେ । Advertisement
ଅଣ ସୀକୃତି ପ୍ରାପ୍ତ କୋଠା ଚିହ୍ନଟ ପାଇଁ ଟାମଡାରେ ଗଠନ ହେଲା ଟିମ – ଚିହ୍ନଟ ନକଲେ ଦରମା ବନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟାମଡା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଟାମଡାର ବିନା ଅନୁମତିରେ ଘର , ଦୋକାନ , କୋଠା ଆଦି ନିର୍ମାଣ ହୋଇଥିବା…
ଚାଲିଲା ଏନଟିପିସି ଟିଟିପିଏସ ଅନୁଗୁଳ – ଗତ ୨୩ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସ ବନ୍ଦ ହୋଇ ଯାଇଥିବାବେଳେ ଆଜି ପୁଣି ଏହା ଚାଲୁ ହୋଇଛି । ପ୍ଲାଣ୍ଟର…
ସହରରେ ସଫେଇ ହେଉଛି କେମିତି ? – ଦେଖନ୍ତୁ ଭିଡିଓ ଅନୁଗୁଳ – ଅନୁଗୁଳ ସହରର ପରିମଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସୁଧୁରିବାରେ ନା ନେଊ ନାହିଁ । ବିଭିନ୍ନ ପ୍ରକାରର ଯୋଜନା…