ଅନଲାଇନ ଏକ୍ସକ୍ଲୁସିଭମୁଖ୍ୟ ଖବର ଛକ ଉପରେ ଦୁଇ ଯୁବତୀଙ୍କ ମାଡପିଟ – ୧୫ ମିନିଟ ରାସ୍ତା ଜାମ Angul OnlineAugust 31, 2021August 31, 2021 ଅନୁଗୁଳ -(AO)- ରାସ୍ତା ମଝିରେ ଦୁଇ ଯୁବତୀଙ୍କ ଖଣ୍ଡଯୁଦ୍ଧ । ୧୫ ମିନିଟ ଧରି ରାସ୍ତା ଜାମ । ଏହି ଦୁଇ ଯୁବତୀଙ୍କ ମାଡପିଟ ଯୋଗୁଁ ଚାରି ପଟ ରାସ୍ତାରୁ ଆସୁଥିବା ଗାଡି ମୋଟର ଛିଡା ହୋଇ ରହିଲା । ଆଉ ଲୋକ ଦେଖଣାହାରୀ ସାଜିଥିବା ବେଳେ ଉଭଯଙ୍କୁ ଛଡାଇବାକୁ କିମ୍ବା ପୁଲିସକୁ ସୂଚନା ଦେବା ପାଇଁ କେହି ଆଗେଇ ଆସି ନଥିଲେ । ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୮ ଟା ବେଳେ ଅନୁଗୁଳ ଅମଲାପଡା ମସଜିଦ ଛକଠାରେ ଛିଡା ହେଉଥିବା ଗୁପଚୁପ ଠେଲା ନିକଟରେ ଦୁଇଜଣ ଯୁବତୀ ଏକ ସ୍କୁଟିରେ ଆସି ଗୁପଚୁପ ଖାଉଥିଲେ । ଏହି ସମୟରେ ହଠାତ ଆଉ ଜଣେ ଯୁବତୀ ଆସି ଗୁପଚୁପ ଖାଉଥିବା ଜଣେ ଯୁବତୀଙ୍କୁ ମାଡ ମାରିଥିଲେ । ଏପରିକି ଯୁବତୀଙ୍କ ସ୍କୁଟିରେ ଲାଗିଥିବା ସ୍କୁଟିର ଚାବି କାଢି ନେଇ ପଳାଇବାକୁ ଚେଷ୍ଟା କରିଥିଲେ । ଏହାପରେ ଉଭୟ ଯୁବତୀ ରାସ୍ତା ମଝିରେ ଲଢିବାକୁ ଲାଗିଥିଲେ । ଉଭୟ ଉଭୟଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ମାଡ ଲାଗିଥିଲେ । ଚୁଟି ଟଣାଟୁଣି ହେବା ସହ ରାସ୍ତା ମଝିକୁ ଆସି ଉଭୟ ପ୍ରାୟ ୧୦ ମିନିଟ ଧରି ଧସ୍ତାଧସ୍ତି ହୋଇଥିଲେ । ଉଭୟଙ୍କ ଏଭଳି ଝଗଡା ଯୋଗୁଁ ଅମଲାପଡା , ଶିକ୍ଷକପଡା , ଡ଼ିଆଇସି ଛକ ଓ ଶିମିଳିପଡା ପଟୁ ଆସୁଥିବା ଗାଡି ମୋଟର ଯିବା ଆସିବା ବାଧା ହୋଇଥିଲା । ଆଉ କିଛି ଗାଡି ଅଟକାଇ ଉଭୟଙ୍କ ଝଗଡା ଦେଖିବାକୁ ଲାଗିଥିଲେ । ପ୍ରାୟ ୧୫ ମିନିଟ ଧରି ରାସ୍ତାରେ ଅନେକ ଗାଡି ଅଟକି ରହିଥିବା ବେଳେ ସେମାନଙ୍କ ଚିହ୍ନାଜଣା ଜଣେ ଯୁବକ ସେମାନଙ୍କୁ ଏଥିରୁ ନିବୃତ୍ତ କରିବାକୁ ବହୁତ ଚେଷ୍ଟା କରିଥିଲେ । ପରେ ଉଭୟ ଯୁବତୀ ଉଭୟଙ୍କୁ ଗାଳି ଦେଇ ଦେଇ ଡ଼ିଆଇସି ଛକ ଆଡକୁ ପଳାଇଥିଲେ । ସେମାନେ ଚାଲିଚାଲି ସେଠାରୁ ପଳାଇ ଯାଇଥିବା ବେଳେ ଯୁବତୀ ଜଣଙ୍କ ଆଣିଥିବା ସ୍କୁଟିକୁ ମଧ୍ୟ ସେହିଠାରେ ଛାଡି ପଳାଇଥିଲେ । ଏପରିକି ସେମାନେ ଖାଇଥିବା ଗୁପଚୁପର ପଇସା ଦେଇ ନଥିବା ଦୋକାନୀ ଜଣଙ୍କ କାନମୁଣ୍ଡା ଆଉଁସି କହିଛନ୍ତି । Advertisement
ମୋବାଇଲ ଚୋରକୁ ନିର୍ଘାତ ମାଡ ଅନୁଗୁଳ – ଅନୁଗୁଳ ସରକାରୀ ଡାକ୍ତରଖାନାରେ ମାତିଛନ୍ତି ଲୁଟେରା । ସୁଯୋଗ ଦେଖି ରୋଗୀ ତଥା ସମ୍ପର୍କୀୟଙ୍କ ମୋବାଇଲ, ମନୀପର୍ସ ଆଦି ମୂଲ୍ୟବାନ ସାମଗ୍ରୀ ଲୁଟି ନେଉଛନ୍ତି…
ରାସ୍ତା ଗିଳୁଛି ମୁଣ୍ଡ – ବର୍ଷେ ଭିତରେ ୨୫% ଦୁର୍ଘଟଣା ବୃଦ୍ଧି ଅନୁଗୁଳ – ବେପରୁଆ ଗାଡ଼ି ଚାଳନା ଏବଂ ସୁରକ୍ଷାକୁ ଅଣଦେଖା ଯୋଗୁ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ପ୍ରତି ବର୍ଷ ଦୁର୍ଘଟଣାରେ ପ୍ରାଣ ହରାଉଥିବା…
ଖବର ପରେ ଚେତିଲା ପ୍ରଶାସନ – ବେକରି ଫ୍ୟାକ୍ଟେରିରେ ଚଢାଉ କରି ତାରିଖ ଲେଖିବାକୁ କଲା ତାଗିଦ ଅନୁଗୁଳ – ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ବେକରି ଫ୍ୟାକ୍ଟେରି ଗୁଡିକରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଗତକାଲି ଅନୁଗୁଳ ଅନଲାଇନରେ “ବ୍ରେଡ୍ରେ ଲେଖାହେଉନି…