ମୁଖ୍ୟ ଖବର ୨ ଜଣଙ୍କୁ କଚାଡି ମାରିଲା ହାତୀ Angul OnlineMay 6, 2021May 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ପୁରୁଣାଗଡ ରେଞ୍ଜ ତଳଗଡ଼ ଗାଁରେ ଆଜି ଭୋରରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ତଳଗଡ଼ ଗାଁର ମମତା ସେଠି । ମମତା ଭୋର ବେଳେ ଗାଁ ମୁଣ୍ଡ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ସେ ସେଠାରେ ଆମ୍ବ ଗୋଟାଉଥିବା ବେଳେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ହାତୀ ତାଙ୍କୁ ଗୋଡ଼ରେ ଦଳି ଦେବା ସହ ଶୁଣ୍ଢରେ ଫୋପାଡ଼ି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମମତାଙ୍କ ମୃତ୍ୟୁ ହୋଇଥିଲା । .ସେହିପରେ ଆଠମଲ୍ଲିକ ଉପଖଣ୍ଡ ବାମୁର ରେଞ୍ଜର ହିମାମୁରା ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମହୁଳମାଳ ଗ୍ରାମର ଧନେଶ୍ୱର ଦେହୁରୀ ଆଜି ୯ ଟା ବେଳକୁ କେନ୍ଦୁପତ୍ର ସଂଗ୍ରହ କରି ଘରକୁ ଫେରିବା ବାଟରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନବିଭାଗ ଓ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା କିନ୍ନର ୱାର୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇପିଡି କୋଠାରେ କିନ୍ନରଙ୍କ ପାଇଁ ଗୁରୁବାର ଏକ ସ୍ବତନ୍ତ୍ର ୱାର୍ଡ ଉଦ୍ଘାଟିତ ହୋଇଯାଇଛି । କିନ୍ନରଙ୍କ ପାଇଁ ଏଭଳି…
ଟ୍ରକ ଚାପାରେ ବାପ-ପୁଅ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଆଜି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୩ ବର୍ଷର ପୁଅ ସମେତ ବାପାଙ୍କର ମୃତ୍ୟୁ ହୋଇଛି…
ନକଲି ବନ୍ଧୁକ ଦେଖାଇ ଆତଙ୍କ ରଚିଲା ପ୍ରେମିକ – ଥାନାରେ ଅଟକ ଅନୁଗୁଳ – ପ୍ରେମିକାର ବାହାଘର ଖବର ପାଇ ରହି ପାରିଲା ନାହିଁ ପ୍ରେମିକ । ଆଉ ପ୍ରେମିକାର ବାହାଘରରେ ପହଞ୍ଚି ଯାଇ ଆରମ୍ଭ କରି ଦେଇଥିଲା ଗଣ୍ଡଗୋଳ…