ମୁଖ୍ୟ ଖବର ବଜ୍ରପାତରେ ଜଣେ ଏବଂ ଗଛରୁ ପଡି ଜଣେ ମୃତ Angul OnlineMay 5, 2021May 5, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ନୁଆଗାଁ ଗ୍ରାମର ଗୋବର୍ଦ୍ଧନ ସାହୁଙ୍କ ପୁତ୍ର ମନୋରଞ୍ଜନ (ଟୁନା) ସାହୁ(୩୫) ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ନୂଆଗାଁ ଗ୍ରାମର ମନୋରଞ୍ଜନ ସାହୁ ଅପରାହ୍ନରେ ତେଲିସାହି ନିକଟସ୍ଥ ଖମଣ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଅପରାହ୍ନରେ ହଠାତ ବର୍ଷା ହେବାରୁ ଏକ ଗଛ ମୁଳରେ ଛିଡା ହୋଇଥିଲା । ସେହି ସମୟରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ବେହୋଶ ହୋଇ ପଡିଯାଇଥିଲେ । ବଜ୍ରପାତରେ ତାଙ୍କର ଶରୀରର ବହୁ ଅଂଶ ପୋଡି ଯାଇଥିଲା । ଖବର ପାଇ ପରିବାର ଲୋକ ଗୁରୁତର ଅବସ୍ଥାରେ ମନୋରଞ୍ଜନକୁ ଉଦ୍ଧାରକରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲା । ସେହିପରି ଅନୁଗୁଳ ଜରାସିଂହା ଗ୍ରାମରେ ଆମ୍ବ ଗଛରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ମିଳନ ସାହୁ । ମିଲନ ଆମ୍ବ ତୋଳିବା ପାଇ ଗଛରେ ଚଢିଥିବା ବେଳେ ଭାରସାମ୍ୟ ହରାଇ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ଡାକ୍ତରେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ବିଲରେ ଚାଷୀଙ୍କୁ ଦଳିଦେଲା ହାତୀ ଅନୁଗୁଳ – ଧାନ ବିଲରେ କାମ କରୁଥିବା ବେଳେ ଦଳି ମାରିଲା ଦନ୍ତI ହାତୀ I ଏଭଳି ଅଭାବନୀୟ ଘଟଣା ଘଟିଛି, ଅନଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ…
୨୦୨୬ ପୂର୍ବରୁ ଚାଲିପାରିବନି ତାଳଚେର ମେଡିକାଲ କଲେଜ !! ଅନୁଗୁଳ – ତାଳଚେର ମେଡିକାଲ କଲେଜ ୨୦୨୬-୨୭ରେ କାର୍ଯ୍ୟକ୍ଷମ ହେବ । ବିଧାନସଭାରେ ରାଜ୍ୟ ସରକାର ଏକଥା କହିଛନ୍ତି । ଅକ୍ଟୋବରରୁ ଏହି ମେଡିକାଲ କଲେଜରେ ରୋଗୀସେବା…
ବଦଳିଲେ ୯ ଥାନାର ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଇନ୍ସପେକ୍ଟର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଏଥିରେ ୯ଟି ଥାନାର ଭାରପ୍ରାପ୍ତ ଅଧିକାରୀ ବଦଳି ହୋଇଛନ୍ତି । ଏହି…