ମୁଖ୍ୟ ଖବର ତାଳଚେର ବନ୍ଦ – ସର୍ତ୍ତ ମାନିବାକୁ ପ୍ରସ୍ତୁତ ଏମସିଏଲ Angul OnlineMay 10, 2022May 10, 2022 ତାଳଚେର – ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ରାଜ୍ୟ ସରକାର ଏହାକୁ ପରିଚାଳନା ଓ ଏହାର ସମସ୍ତ ଖର୍ଚ୍ଚ ଏମସିଏଲ ବହନ କରିବା ଏବଂ କଣିହାଁକୁ ପାସେଞ୍ଜର ଟ୍ରେନ ଚଳାଚଳ ସହ ତାଳଚେର ଷ୍ଟେସନରୁ ଅନୁଗୁଳକୁ ପୁରୀ ଇଣ୍ଟରସିଟି ଚାଲିବା ଦାବିରେ ଆଜି ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆ ଯାଇଥିଲା । ଏହି ବନ୍ଦ ବେଳେ ତାଳଚେର ଅଞ୍ଚଳରେ ଥିବା ସମସ୍ତ ଖଣି ଖାଦାନରୁ କିଳା ଉତ୍ପାଦନ ଓ ପରିବହନ ବନ୍ଦ ରହିଥିବା ବେଳେ ଦୋକାନ ବଜାର ବନ୍ଦ ରହିଥିଲା । ଏହି ବନ୍ଦକୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସମର୍ଥନ ଦେଇଥିବା ବେଳେ ଏମସିଏଲର ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ରହିଥିବା ଟାଳଟୁଳ ନୀତିକୁ ତୀବ୍ର ନିନ୍ଦା କରିଥିଲେ । ତେବେ ସକାଳ ୬ ଟାରୁ ଏହି ବନ୍ଦ ଆରମ୍ଭ ହୋଇଥିବା ବେଳେ ୧୦ ଟା ବେଳେ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ , ଏମସିଏଲ କର୍ତ୍ତୁପକ୍ଷ ଓ ତାଳଚେର ସୁରକ୍ଷା ମଞ୍ଚ ମଧ୍ୟରେ ବୈଠକ ବସିଥିଲା । ଏହି ବୈଠକରେ ସବିଶେଷ ଆଲୋଚନା ହୋଇଥିବା ବେଳେ ଏମସିଏଲ କର୍ତ୍ତୁପକ୍ଷ ମେଡିକାଲ କଲେଜକୁ ନେଇ ହୋଇଥିବା ଦାବିକୁ ମାନି ଯାଇଥିଲା । ମେଡିକାଲ କଲେଜ ଚଳାଇବା ନେଇ ଏମସିଏଲ , ରାଜ୍ୟ ସରକାରଙ୍କୁ ଅନୁରୋଧ କରିବ ବୋଲି କହିଥିବା ବେଳେ ସମସ୍ତ ଖର୍ଚ୍ଚ ବହନ କରିବାକୁ ରାଜି ହୋଇ ଯାଇଥିଲା । ବୈଠକରେ ଏହି ନିଷ୍ପତ୍ତି ପରେ ତାଳଚେର ବନ୍ଦକୁ ସ୍ତ୍ଗୀତ ରକ୍ଷା ଯାଇଥିଲା । Advertisement
ଭସାଣି ବେଳେ ଦୁର୍ଘଟଣା – ୫ ଆହତ କଣିହାଁ – ଭସାଣି ବେଳେ ଦୁର୍ଘଟଣା । ଭସାଣିରେ ଯାଉଥିବା ଟ୍ରାକ୍ଟର ଧକ୍କାରେ ୫ ଗୁରୁତର । ଅନୁଗୁଳ ଜିଲ୍ଲା କଣିହାଁ , ଗଣ୍ତମାଳା ଗ୍ରାମରେ ଏଭଳି…
ପୁଣି ତିନି ଦୋକାନ ସିଲ କଲା ପ୍ରଶାସନ ଅନୁଗୁଳ – ଆକ୍ସନ ମୁଡ଼ରେ ପ୍ରଶାସନ । ସହରର ବଜାର ଭିତରେ ଥିବା କିଛି ଦୋକାନ ବାରମ୍ବାର ତାଗିଦ କରିବା ସତ୍ୱେ ରାସ୍ତା ଉପରେ ଆବର୍ଜନା ପକାଇ…
ତିନି ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଦେଲେ ଇସ୍ତଫା ଅନୁଗୁଳ – ଅନୁଗୁଳ ତିନି ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ (ବାବୁ ପଟ୍ଟନାୟକ) ଶୁକ୍ରବାର ହଠାତ୍ ଜିଲ୍ଲା ପରିଷଦ ସଭ୍ୟ ପଦରୁ ଇସ୍ତଫା…