ମୁଖ୍ୟ ଖବର ଶାଳିଆପତନିକୁ ଗିଳି ନାଗ ମଲା Angul OnlineJuly 4, 2021July 4, 2021 ଅନୁଗୁଳ – ଖାଦ୍ୟ ଲୋଭରେ ଏକ ବଡ ଶାଳିଆପତନିକୁ ଗିଳି ଏକ ପାଞ୍ଚ ଫୁଟର ନାଗ ସାପର ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନୁଗୋଳ ସହର ନିକଟସ୍ଥ କାଣ୍ଡସର ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କାଣ୍ଡସର ଗ୍ରାମ ସ୍କୁଲସାହିର କିଛି ଯୁବକ ଗୋଟିଏ ବିଲେଇକୁ ସାପ ଗିଳୁଥିବାର ଦେଖି ଅନୁଗୋଳର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଜଣାଇଥିଲେ । ଖବର ସର୍ପମିତ୍ର ଶ୍ରୀ ବେହେରା ଓ ସାଥୀ ବିଜୁ ଭୋଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । ତେବେ ସେତେବେଳକୁ ଏହି ପାଞ୍ଚ ଫୁଟର ନାଗ ସାପ ମରି ସାରିଥିଲା । ସାପଟିର ପେଟ ଖୁବ ଜୋରରେ ଫୁଲିଯାଇଥିଲା । ସର୍ପମିତ୍ର ଶ୍ରୀ ବେହେରା ଘଟଣା ସମ୍ପର୍କରେ ଅନୁଗୁଳ ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପ୍ରଧାନଙ୍କୁ ଜଣାଇଥିଲେ । ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସାପଟିକୁ ଅନୁଗୁଳ ବନାଞ୍ଚଳ ଅଧିକାରୀଙ୍କ କାର୍ଯାଳୟକୁ ଅଣାଯାଇଥିଲା ଏବଂ ଅନୁଗୁଳ ବନାଞ୍ଚଳର ବନରକ୍ଷୀ ଲିଙ୍ଗରାଜ ଦେହୁରୀ ଓ ସର୍ପମିତ୍ର ଆଦିତ୍ୟ ବେହେରାଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକ ଡାଃ. ଦେବାଶିଷ ତ୍ରିପାଠୀ ସାପଟିର ବ୍ୟବଚ୍ଛେଦ କରିଥିଲେ । ବ୍ୟବଚ୍ଛେଦ ପରେ ବିଲେଇ ପରିବର୍ତ୍ତେ ନାଗ ପେଟରୁ ଏକ ବଡ ଶାଳିଆପତନି ବାହାରିଥିଲା । ଖାଦ୍ୟର ପରିମାଣ ଅତ୍ୟଧିକ ହେତୁ ପାକସ୍ଥଳୀ ଓ ଫୁସଫୁସରେ ପ୍ରେସର ପଡିବାରୁ ସାପଟି ମରିଥିବା କଥା ପ୍ରାଣୀ ଚିକିତ୍ସକ ଡାଃ ତ୍ରିପାଠୀ କହିଛନ୍ତି । ବନ କର୍ମଚାରୀଙ୍କ ଦ୍ବାରା ଉଭୟ ସାପ ଓ ଶାଳିଆପତନୀଟିକୁ ପୋତି ଦିଆଯାଇଥିଲା । Advertisement
ରେଙ୍ଗାଳି ଖୋଲିଲା ଦୁଇଟି ଗେଟ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଓଡିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଏଥିପାଇଁ…
ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର ଅନୁଗୋଳ – ବିଶ୍ୱକର୍ମା ପୂଜାର ଖୁସି ମଧ୍ୟରେ ଅନୁଗୋଳ ଜିଲ୍ଲାରେ ଘଟିଛି ଦୁଇଟି ଦୁଃଖଦ ସଡ଼କ ଦୁର୍ଘଟଣା। ବଅଁରପାଳ ଥାନା ଅଞ୍ଚଳରେ ହାଇୱା ଧକ୍କାରେ ଜଣେ ଯୁବତୀଙ୍କ…
ଏକ ତରଫା ପ୍ରେମରେ ବିଫଳ ହୋଇ ନାବାଳିକାର ତଣ୍ଟି କାଟି ହତ୍ଯା ଅନୁଗୋଳ – ଏକ ପାଖିଆ ପ୍ରେମ ପାଇଁ ହତ୍ୟାକାଣ୍ଡ । ଘରେ ପଶି ନାବାଳିକାର ତଣ୍ଟି କାଟି ହତ୍ୟା କଲା ଯୁବକ । ଏଭଳି ଘଟଣା ଅନୁଗୋଳ…