ମୁଖ୍ୟ ଖବର ନବଜାତକର ମୃତଦେହ ରାସ୍ତାକଡରୁ ଉଦ୍ଧାର Angul OnlineAugust 22, 2024August 22, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିର୍ମାଣାଧୀନ ବାଇପାସର ବେନ୍ତପୁର ଗାଁ ମୁଣ୍ଡରୁ ଏକ ନବଜାତକର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବାଇପାସ ଦେଇ ଯାଉଥିବା ଲୋକ ରାସ୍ତା କଡରେ ଏକ ନବଜାତକ ପଡିଥିବା ଦେଖିଥିଲେ । ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଶିଶୁକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଥିଲା । ନବଜାତକ ଦେହକୁ ଘୋଡା ଯାଇଥିବା କପଡ଼ାରେ ଏକ ଘରୋଇ ଡାକ୍ତରଖାନାର ନାମ ଉଲ୍ଲେଖ ରହିଥିବା ବେଳେ ନବଜାତକକୁ କିଏ ଏବଂ କେଉଁ ଅବସ୍ଥାରେ ସେଠାରେ ଫୋପାଡ଼ିଛି ସେ ନେଇ ପୁଲିସ ତଦନ୍ତ କରୁଛି । Advertisement
ବସ ମାଲିକଙ୍କ ତାଲିବାନୀ ଶାସନ – ଫାଣ୍ଡି ଆଗରେ ଡ୍ରାଇଭରକୁ ଆଣ୍ଠେଇ ଦେଲେ ତାଳଚେର – ବସ୍ ମାଲିକଙ୍କ ତାଲିବାନୀ ଶାସନ । ନିଜ ବସ୍ ଟାଇମିଂରେ ଆଉ ଜଣେ ବସ୍ ଚଳାଇବାରୁ ଡ୍ରାଇଭରଙ୍କୁ ଆଣ୍ଠେଇ ଦେଲେ ବସ୍ ମାଲିକ ।…
ନୈନି କୋଇଲା ଖଣିରୁ କୋଇଲା ପରିବହନ ନିମନ୍ତେ ସମନ୍ୱୟ ବୈଠକ ବିଫଳ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ନୈନି କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଛେଣ୍ଡିପଦା ବ୍ଲକର ବିଭିନ୍ନ ଗାଁରେ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି…
ଗୋଟିଏ ଦିନରେ ରାଜପଥ ନେଲା ଚାରି ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଚାରି ଜଣଙ୍କ ଜୀବନ ଯାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଜାତୀୟ ରାଜପଥ ୫…