ଆଞ୍ଚଳିକ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା Angul OnlineAugust 22, 2024August 22, 2024 ଅନୁଗୁଳ – ଅନୁଗୁଳ ବନଖଣ୍ଡ ଅଧୀନରେ ଆସୁଥିବା ମୂଷାପାପୁଲି ଗ୍ରାମବାସୀ ଫସଲକୁ ବଞ୍ଚେଇବା ପାଇଁ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସୂଚନା ଅନୁସାରେ, ମୂଷାପାପୁଲି ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ତେବେ ଅଞ୍ଚଳରେ ହାତୀ ଉପଦ୍ରବ ବଢି ଚାଲିଛି । ଚାଷକୁ ଜଙ୍ଗଲୀ ହାତୀ ଉପଦ୍ରବ କରିବା ସହ ଘର ଭାଙ୍ଗି ଦେଇଛନ୍ତି । ଯାହା ଫଳରେ ଗ୍ରାମବାସୀ ବହୁତ ହଇରାଣ ହେଉଛନ୍ତି । ଗ୍ରାମବାସୀ ଅଭିଯୋଗ କଲେ କେହି ଶୁଣୁ ନଥିବା କହୁଛନ୍ତି । ମୂଷାପାପୁଲି ଗ୍ରାମକୁ ସୌରବାଡ ହେଲା ହାତୀ ପଶି ପାରିବ ନାହିଁ ଏବଂ ଫସଲ ବି ନଷ୍ଟ ହେବ ନାହିଁ । ସୌର ବାଡ଼ ପାଇଁ ବନ ବିଭାଗକୁ କହିଲା ପରେ ନ ଶୁଣିବାରୁ ବାଧ୍ୟ ହୋଇ ବନ ଖଣ୍ଡ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଛନ୍ତି । ଏପଟେ ବନ ଅଧିକାରୀଙ୍କୁ ଏ ଘଟଣା ବିଷୟରେ ପଚାରିବାରୁ ଆଜି ସେହି ଅଞ୍ଚଳରୁ ହାତୀ କୁ ଘଉଡାଇ ଦିଆ ଯିବ, ସୌର ବାଡ଼ ପାଇଁ ସର୍ଭେ ହୋଇ ସାରିଛି ବହୁତ ଶିଘ୍ର କାର୍ଯ୍ୟ ଆରମ୍ବ ହେବ ଏବଂ କ୍ଷତି ହୋଇଥିବା ଲୋକ ମାନଙ୍କୁ କ୍ଷତି ପୂରଣ ଦିଆ ଯିବା ବୋଲି କହିଥିଲେ। Advertisement
ଜନଶୂନ୍ୟ ଗାଁ ‛କୁରୁଡୁ’ – ଷାଠିଏ ପରିବାରରୁ ଆଉ ଅଛନ୍ତି ଆଉ ଚାରି ବନ୍ତଳା – ଏକଦା ଗାଁ ଦାଣ୍ଡରେ ଲାଗିରହୁଥିଲା ଗହଳିଚହଳି । ସକାଳୁ ଚଷା ପୁଅ ନିଜର ହଳଲଙ୍ଗଳ ଧରି କ୍ଷେତକୁ ବାହାରି ଯାଉଥିଲା । ମେଳା ମହୋତ୍ସବରେ…
ପୂର୍ବତନ ସରପଞ୍ଚଙ୍କ ପରଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପାତ୍ରପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଯୋଗେଶ୍ୱର ସାହୁଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି । ଯୋଗେଶ୍ୱର ସାହୁ ଦୀର୍ଘ…
କାଞ୍ଜିଆହୁଦା ପାଇଁ ଦାବିପତ୍ର ଅନୁଗୁଳ – ଅନୁଗୁଳ ସହରରେ ମାଳ ମାଳ ଗାଈ ଗୋରୁ ବୁଲୁଛନ୍ତି । ଜାତୀୟ ରାଜପଥ ସମେତ ସହରର ସବୁ ରାସ୍ତାରେ ବହୁ ସଂଖ୍ୟାରେ ଗାଈଗୋରୁ ବୁଲୁ…