ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଦୁଇ ମୃତ Angul OnlineAugust 6, 2021August 6, 2021 ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଠାରେ ଏକ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ୨ଜଣ ତାଳଚେର ବ୍ଲକ୍ ଅନ୍ତର୍ଗତ ଚାଳଗଡ ଗ୍ରାମର ଶୁଭମ୍ ରାଉତ ବୟସ ଏବଂ ପିପୁନ୍ ସାମଲ ବୟସ ବୋଲି ଜଣା ପଡିଛି । ଉଭୟ କୌଣସି କାମରେ କେନ୍ଦୁଝର ଯାଇ ଫେରୁଥିବା ବେଳେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ଶୁଭମ୍ ଓ ପିପୂନ୍ ଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ (ଓଡ଼ି ୩୫ ଡି ୫୧୧୯) କୁ ଜବତ କରିବା ସହ ଉଭୟ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ଅପର ପକ୍ଷରେ ଶୁଭମ୍ ଓ ପିପୁନଙ୍କ ମୃତ୍ୟୁରେ ଚାଳଗଡ ଗ୍ରାମରେ ଶୋକ ଖେଳି ଯାଇଛି । Advertisement
ବଦଳିଲେ ଜିଲ୍ଲାର ୫ ତହସିଲଦାର ଅନୁଗୁଳ – ରାଜ୍ୟ ସରକାର ଓଏଏସ୍ ଅଧିକାରୀ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ଅନୁଗୁଳ ଜିଲ୍ଲାର ୫ ଜଣ ତହସିଲଦାରଙ୍କ…
ବସ ଖରାପ ବେଳେ ଟ୍ରକ ଧକ୍କାରେ ତିନି ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ୩ ବସ୍ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।ସୂଚନା…
ସିଂହଦ୍ଵାର ସମ୍ମୁଖରେ ତିନି ରଥ – ବର୍ଷାକୁ ଖାତିର କଲେଣି ଭକ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ଶୈଳ ଶ୍ରୀକ୍ଷେତ୍ରରେ ସନ୍ଧ୍ୟା ସୁଦ୍ଧା ତିନି ରଥ…