ମୁଖ୍ୟ ଖବର ଟାଙ୍କି ନିର୍ମାଣ ବେଳେ ଚାଲିଗଲା ଦୁଇ ଜୀବନ Angul OnlineAugust 28, 2024August 28, 2024 ଆଠମଲ୍ଲିକ – ପାଇଖାନା ଟାଙ୍କି ସେଟରିଂ ଖୋଲିବା ବେଳେ ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧଉରାପାଲି ଗାଁରେ ଘଟିଛି । ସୂଚନା ଅନୁସାରେ ଗାଁର ଜଣେ ଶିକ୍ଷକଙ୍କ ଘର ପଛ ପାଖରେ ନିର୍ମାଣାଧୀନ ଏକ ପାଇଖାନା ଟାଙ୍କି ଛାତର ସେଟରିଂ ଖୋଲିବା ପାଇଁ ବାଇଜା ଗାଁର ରାଜମିସ୍ତ୍ରୀ ଆରତ ମିର୍ଧା ଓ ରେଙ୍ଗାଳବେଡା ଗାଁର ଶ୍ରମିକ ରୀନା ମାହାର ଟାଙ୍କି ଭିତରକୁ ଯାଇଥିଲେ । ତେବେ ବହୁତ ସମୟ ଧରି ବାହାରକୁ ନ ବାହାରିବାରୁ ସ୍ଥାନୀୟ ଲୋକ ଭିତରକୁ ଦେଖିଥିଲେ । ଦେଖିବା ବେଳକୁ ଉଭୟ ଚେତାଶୂନ୍ୟ ହୋଇ ଟାଙ୍କି ଭିତରେ ପଡିଥିବା ଦେଖିବାକୁ ପାଇଥିଲେ । ଉଭୟଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । Advertisement
ବେଆଇନ କୋଭିଡ ଟେଷ୍ଟ ଅଭିଯୋଗରେ ପାଥୋଲାବ ସିଲ – ମାଲିକ ଗିରଫ ତାଳଚେର – ବେଆଇନ କୋଭିଡ ଟେଷ୍ଟ୍ କରୁଥିବା ଏକ ଘରୋଇ ପାଥୋଲାବକୁ ସିଲ କରିଛି ସ୍ଥାନୀୟ ତାଳଚେର ପ୍ରଶାସନ । କିଛି ଦିନ ହେଲା କୋଭିଡ୍ ଟେଷ୍ଟି…
କେନାଲରେ ଭାସୁଛି ମୃତଦେହ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ମାନଜୋର ଡ୍ୟାମର ପୂର୍ଵ ପାଖ ମୁଖ୍ୟ କେନାଲ ମଝିରେ ଶନିବାର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ଘଟଣା – ଥାନାରେ ଅଭିଯୋଗ , ସେପଟେ ମୂର୍ତ୍ତିରେ ସୁଧାର ଆଣିଲା ପ୍ରଶାସନ ଅନୁଗୋଳ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ , ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ, ମାଆ ମାଳତୀ ଚୌଧୁରୀଙ୍କୁ ଅସମ୍ମାନ ପ୍ରତିବାଦରେ ଅନୁଗୋଳର ଆଇନଜୀବୀ ରଞ୍ଜନ ପାତ୍ର…