ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଯୁବକ ମୃତ Angul OnlineFebruary 4, 2021February 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ-ଦେବଗଡ ୬୩ ନମ୍ବର ରାଜ୍ୟ ରାଜପଥର ଗୋଳାଗାଡିଆ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କୋଶଳା ଗ୍ରାମର ହେମନ୍ତ ସାହୁଙ୍କ ପୁଅ ରଞ୍ଜିତ ସାହୁ (୨୯) ବୋଲି ଜଣା ପଡିଛି । ସୂଚନା ଅନୁସାରେ ରଞ୍ଜିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରେ କାମ କରନ୍ତି । ଆଜି ସନ୍ଧ୍ୟାରେ ସେ କମ୍ପାନୀରୁ କାମ ସାରି ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ କୌଣସି ଗାଡି ତାଙ୍କୁ ଧକ୍କା ଦେଇଥିଲା । ସେ ରାସ୍ତାରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
କୁକୁଡା ଫାର୍ମ ତଳେ ଅଣ୍ଡରଗ୍ରାଉଣ୍ଡ ଡିପୋ – ବିପୁଳ ପରିମାଣର ମଦ ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରାସିଂହା ଗ୍ରାମରେ ଆଜି ସନ୍ଧ୍ୟାରେ ଅନୁଗୁଳ ସ୍ପେସିଆଲ ସ୍କ୍ୱାର୍ଡ ପୁଲିସ ଚଢାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ…
ବୁଢୀ ଠାକୁରାଣୀ ଛକରେ ଟ୍ରକ ଧକ୍କାରେ ଜଣେ ମୃତ – ଜାଳିଦେଲେ ଟ୍ରକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ଘଟି ପୁଣି ଜଣଙ୍କର ଜୀବନ ଯାଇଛି ।ଅନୁଗୁଳ ସହରର ଅନୁଗୁଳ ହାଇସ୍କୁଲ…
ସ୍ୱତନ୍ତ୍ର ଟାସ୍କ ଫୋର୍ସର ଚଢାଉ – କୋଇଲା ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF)ର ରେଡ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ରେଡ୍ କରିଥିଲା…