ମୁଖ୍ୟ ଖବରସ୍ୱାସ୍ଥ୍ୟ ୧୦ ମାସ ପରେ ଜିଲ୍ଲାରେ ଜିରୋ କୋଭିଡ ଚିହ୍ନଟ Angul OnlineFebruary 4, 2021February 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବିଗତ ୧୦ ମାସ ପରେ ଆଜି (ଗୁରୁବାର) କେହି କରୋନା ପଜିଟିଭ ଚିହ୍ନଟ ହୋଇନଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ଆଜି ( ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଅନ୍ୟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୩୪ ରେ ରହିଛି । ଆଜି ଅନୁଗୁଳ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣା ପଡିଛି । ଏହି ୪ ଜଣ ହୋମ ଆଇସୋଲେସନ ରେ ଥିବା ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୨୫୦୨ ଜଣ କାରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୨୧୬୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ଆଉ ମାତ୍ର ୪୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ଜିଲ୍ଲାରୁ ୩୭ ଜଣ କାରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣା ପଡିଛି । Advertisement
ରାଜପଥ ପାଇଁ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ – ମରାମତି ଓ ନୋ ଏଣ୍ଟ୍ରିର ମିଳିଲା ପ୍ରତିଶ୍ରୁତି ଅନୁଗୁଳ – ସମୂହ ଭାବେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଜନ ଗଣ ମନ ଅଧିନାୟକ , ଭାରତ ଭାଗ୍ୟ ବିଧାତା ଗାନ କଲେ । ସେହି…
ନିଖୋଜ ବୃଦ୍ଧ ହାତୀ ଆକ୍ରମଣରେ ମୃତ ଅନୁଗୁଳ – ଅନୁଗୁଳ ବ୍ଲକ ହମାମିରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି ।ଘଟଣାସ୍ଥଳରେ ବନ୍ତଳା ପୁଲିସ ଓ ବନ ବିଭାଗ ପହଞ୍ଚି…
ବେଆଇନ ମାଟି ଚାଲାଣ ବେଳେ ତହସିଲଦାରଙ୍କ ଚଢାଉ – ୨ ଲକ୍ଷ ଟଙ୍କା ଜୋରିମାନା ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ନିକଟରୁ ବେଆଇନ ଭାବେ ମାଟି ଖୋଲି ଚାଲାଣ କରା ଯାଉଥିବା ବେଳେ ଖବର ପାଇ ଅନୁଗୁଳ ତହସିଲଦାର ସଦଳେବଲେ…