ମୁଖ୍ୟ ଖବର ମୋଟରସାଇକେଲ ଦୁର୍ଘଟଣାରେ ୨ ମୃତ Angul OnlineFebruary 7, 2022February 7, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାର ଦୁଇଟ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ଜୀବନ ଯାଇଛି । ଜରପଡା ଥାନା ଓଗୀ-ଅନ୍ତୁଳିଆ ପୂର୍ତ୍ତ ବିଭାଗ ରାସ୍ତାର ଓଗୀ ଚୁଡାଖିଆ ନାଳ ନିକଟରେ ସୋମବାର ଅପରାହ୍ନରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ମୋଟରସାଇକେଲ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ପରା ଗ୍ରାମର ଦୀପକ କୁମାର ପ୍ରଧାନ ଓ ଗୁରୁତର ଆହତ ମାନେ ପୁରୁଣାକୋଟ ଥାନା ଜଗନ୍ନାଥ ପୁର ଅଞ୍ଚଳର ବୋଲି ଜଣା ପଡିଛି । ସୂଚନା ଅନୁସାରେ ପରା ଗ୍ରାମର ଦୀପକ କୁମାର ପ୍ରଧାନ ତାଙ୍କ ସିଡି ଡିଲ୍କସ ମୋଟରସାଇକେଲରେ ଅନ୍ତୁଳିଆରୁ ଘରକୁ ଫେରୁଥିବା ବେଳେ ସମ୍ମୁଖରୁ ଆସୁଥିବା ମୋଟରସାଇକେଲ ସହ ଓଗୀ ଚୁଡାଖିଆ ନାଳ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ପରା ଗ୍ରାମର ଦୀପକ କୁମାର ପ୍ରଧାନଙ୍କର ମୃତ୍ୟ ହୋଇଥିଲା । ଆହତ ମାନଙ୍କୁ ସେହି ରାସ୍ତା ଦେଇଯାଉଥିବା ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ଖବର ପାଇ ଜରପଡା ପୁଲିସ ପହଞ୍ଚି ମୃତକଙ୍କ ଶବ ଓ ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲକୁ ଜବତ କରି ଘଟଣାର ତଦନ୍ତ ଜାରୀ ରଖିଛି । ସେହିପରି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡିଆରୁ ନୁଆଗାଁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ନୁଆଗାଁ ଗ୍ରାମ ନିକଟ ସିନ୍ଧୁ ବନ୍ଧ ଠାରେ ସୋମବାର ଅପରାହ୍ନରେ ଭାରସାମ୍ୟ ହରାଇ ଏକ ମୋଟରସାଇକେଲରୁ ପଡି ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଛେଣ୍ଡିପଦା ଥାନା ପୁରୁଣାଗଡ ଗ୍ରାମର ଅଲେଖ ବିଶ୍ୱାଳଙ୍କ ପୁଅ ଧିରେନ ବିଶ୍ୱାଳ । ସୂଚନା ଅନୁସାରେ ପୁରୁଣାଗଡ ଗ୍ରାମର ଧିରେନ ନୁଆଗାଁ ଦିଗକୁ ମୋଟରସାଇକେଲରେ ଯାଉଥିବା ବେଳେ ନୁଆଗାଁ ଗ୍ରାମର ସିନ୍ଧୁବନ୍ଧ ଠାରେ ଭାରସାମ୍ୟ ହରାଇ ମଟରସାଇକେଲରୁ ତଳେ ପଡି ଛିଟିକି ପୋଖରି ଘାଟରେ ବାଡେଇ ହୋଇଥିଲେ । ପୋଖରୀ ଘାଟରେ ବାଡେଇ ହେବାରୁ ମୁହଁରେ ଗଭୀର ଆଘାତ ଲାଗିବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବାଗଡିଆ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ମୋଟରସାଇକେଲକୁ ଜବତ କରିବା ସହ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଚଳାଇଛି । Advertisement
ତାଳଚେର ବନ୍ଦ – ସର୍ତ୍ତ ମାନିବାକୁ ପ୍ରସ୍ତୁତ ଏମସିଏଲ ତାଳଚେର – ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ରାଜ୍ୟ ସରକାର ଏହାକୁ ପରିଚାଳନା ଓ ଏହାର ସମସ୍ତ ଖର୍ଚ୍ଚ ଏମସିଏଲ ବହନ କରିବା…
ପଇଡ ପଡି ଶିଶୁ କନ୍ୟା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମାମୁରା ଗାଁରେ ଅଘଟଣ । ମୁଣ୍ଡରେ ପଇଡ ପଡି ୭ ମାସର ଶିଶୁକନ୍ୟା ମୃତ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା…
ଜାତୀୟ ରାଜପଥରେ ପୁଣି ଗଲା ଜୀବନ – ଦୁର୍ଘଟଣାରେ ୧ ମୃତ୧ ଆହତ ଅନୁଗୁଳ – ଜାତୀୟ ରାଜପଥ ୫୫ ପୁଣି ନେଇଛି ଆଉ ଏକ ଜୀବନ । ଗତକାଲି ଏହି ରାଜପଥର ନୂଆଁହତା ଠାରେ ଦୁର୍ଘଟଣାରେ ମା ଓ ୩…