ମୁଖ୍ୟ ଖବର ବାରହା ଆକ୍ରମଣରେ ଛେଳି ଚରାଳି ମୃତ Angul OnlineFebruary 5, 2022February 5, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ ଅନ୍ତର୍ଗତ ବୁଢୀପାହଡ ଜଙ୍ଗଲ ନିକଟ ଏକ ଆମ୍ବଟୋତାରେ ବାରାହା ଆକ୍ରମଣରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଜେରେଙ୍ଗ ଦେହୁରୀସାହିର ସନୁ ସାହୁ । ସୂଚନା ଅନୁସାରେ , ଜେରେଙ୍ଗ ଦେହୁରୀସାହିର ସନୁ ସାହୁ ଆଜି ବୁଢୀପହାଡ ନିକଟ ଆମ୍ବତୋଟାକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଅନେକ ସମୟ ଧରି ଘରକୁ ଫେରି ନଥିଲେ । ଛେଳି ମାନେ ଘରକୁ ଫେରିବା ପରେ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପରିବାର ଲୋକେ ଓ ଗ୍ରାମବାସୀ ସନୁଙ୍କୁ ଖୋଜିବାକୁ ଯାଇଥିବା ବେଳେ ବୁଢିପାହାଡ ନିକଟ ଅମ୍ବତୋଟାରେ ସନୁଙ୍କ କ୍ଷତବିକ୍ଷତ ମୃତ ଶରୀର ପଡିଥିବା ଦେଖିଥିଲେ । ସନୁଙ୍କ ମୃତ ଶରୀର ପାଖରେ ଏକ ଜଙ୍ଗଲୀ ବାରାହା ଜଗିରହି ଥିଲା । ଲୋକଙ୍କୁ ଦେଖି ବାରାହାଟି ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ବେଳେ ସେଠାରୁ ପରିବାର ଲୋକେ ଓ ଗ୍ରାମବାସୀ ଜୀବନ ବିକଳରେ ପଳାଇ ଆସି ଜରପଡା ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ଜରପଡା ପୁଲିସ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସେତେବେଳକୁ ଘଟଣା ସ୍ଥଳରେ ଲୋକ ଜମା ହୋଇ ସାରିଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଲୋକମାନେ ସନୁଙ୍କ ମୃତଦେହ ଛାଡ଼ିନଥିଲେ । ସରକାରଙ୍କ ନିୟମାନୁଯୟୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନବିଭାଗ ଓ ପୋଲିସ ବୁଝା ସୁଝା କରିବା ଉତ୍ତ୍ୟକ୍ତ ଲୋକ ଶାନ୍ତ ହୋଇଥିଲେ । Advertisement
ଓଡ଼ିଆ ସାଇନ୍ ବୋର୍ଡ ନ ଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍ ଅନୁଗୁଳ – ଅନୁଗୁଳ ଜିଲ୍ଲା, ପୌରପାଳିକା ଅଞ୍ଚଳରେ ଯାଞ୍ଚ ବେଳେ ଓଡ଼ିଆ ସାଇନ୍ ବୋର୍ଡ ପ୍ରଦର୍ଶିତ ନ ହୋଇଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍ ଜାରି…
ଅଜଣା ଗାଡି ଧକ୍କାରେ ମହିଳା ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାଗଡିଆ ଦେଇ ଯାଇଥିବା ୧୫୩ ବି ଜାତୀୟ ରାଜପଥର ବାଗଡିଆ ବଡଯୋରା ନାଳ ନିକଟସ୍ଥ ମା ହିଙ୍ଗୁଳା ପିଠ ଠାରେ…
ତୁର୍କୀ ପରେ ତାଳଚେରକୁ ଭୂମିକମ୍ପର ଭୟ ତାଳଚେର – ତୁର୍କୀରେ ଭୟାବହ ଭୂମିକମ୍ପ ପରେ ଏବେ ତାଳଚେର ସହରବାସୀଙ୍କ ମନରେ ଭୟର ବାତାବରଣ । କେତେବେଳେ ଯେ କିଏ ମାଟି ତଳକୁ ଦବି ଯିବ…