ଆଞ୍ଚଳିକ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ପାଳିତ Angul OnlineFebruary 5, 2022February 5, 2022 ଅନୁଗୋଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ପ୍ରକଳ୍ପ ପାର୍ଶ୍ଵବର୍ତୀ ଗ୍ରାମରେ ପାଳିତ ହୋଇଯାଇଅଛି । ଏହି ଅବସରରେ ଜେଏସପିଏଲ ଅନୁଗୁଳର ମେଡିକାଲ କର୍ମଚାରୀ ମାନେ ଯୋଗ ଦେଇ ଗୋଷ୍ଠି ସମୁଦାୟଙ୍କୁ କର୍କଟ ରୋଗର ଲକ୍ଷଣ ବିଷୟରେ ବୂଝାଇବା ସହ ପ୍ରାରମ୍ଭିକ ପର୍ଯ୍ୟାୟରେ ଯଦି ଏହାର ସଠିକ ଚିକିତ୍ସା କରାଯାଏ , ତେବେ ଏହାର ନିରାକରଣ ସମ୍ଭବ ବୋଲି କହିଥିଲେ । ଚଳିତ ବର୍ଷର ବିଷୟ ‘ଚିକିତ୍ସାରେ ବିଳମ୍ବ ବ୍ୟବଧାନକୁ କମ କରିବା ଉପରେ ଜେଏସପିଏଲ ଅନୁଗୁଳ ଅକୁପେସନାଲ ସେଣ୍ଟରର ଡାକ୍ତର ପ୍ରିୟଦର୍ଶିନୀ ରାୟ ଏବଂ ଡାକ୍ତର ସାଇ ସ୍ୱରୂପ ପାଢୀ ଗ୍ରାମୀଣ ମହିଳାଙ୍କୁ କର୍କଟ ରୋଗର ଲକ୍ଷଣ ଏବଂ ବିଶେଷତଃ ମହିଳାଙ୍କ କ୍ଷେତ୍ରରେ ଏହାର ନୂତନ ଟେକ୍ନୋଲୋଜିର ପ୍ରୟୋଗ ମାଧ୍ୟମରେ ଏହାର ତ୍ଵରିତ ଚିହ୍ନଟକରଣ ଦ୍ଵାରା ଚିକିତ୍ସା ଆରମ୍ଭ କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ । ଏଥି ସହିତ ବିଭିନ୍ନକୁ ଅଭ୍ୟାସ ଦ୍ଵାରା କିଛି ଅଙ୍ଗ ପ୍ରତ୍ୟଙ୍ଗରେ କର୍କଟ ରୋଗର କାରଣ ମଧ୍ୟ ହୋଇପାରେ ବୋଲି କହିଥିଲେ । ପରିଶେଷରେ ଡାକ୍ତରମାନେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହ କୌଣସି ସନ୍ଦେହାତ୍ମକ ଲକ୍ଷଣ ଦେଖାଦେଲେ ତୁରନ୍ତ ଉନ୍ନତ ଚିକିସ୍ଛା କରିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦ ଜଣ ପାଖାପାଖି ଗ୍ରାମୀଣ ମହିଳା ଅଂଶ ଗ୍ରହଣ କରିବା ସହିତ ଏହା ରାଜ୍ୟ ସରକାରଙ୍କ କୋଭିଡ-୧୯ ମହାମାରୀର ସମସ୍ତ ପ୍ରତିଷେଧକମୂଳକ ନିର୍ଦ୍ଦେଶାବଳୀ ସହ ଅନୁଷ୍ଠିତ ହୋଇଥିଲା । Advertisement
ପାଣି ଘେରରେ ଲୋକ ତାଳଚେର – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ବର୍ଷା ଜଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର…
କୂଅ ଭିତରେ ବୁଲୁଥିଲା ୧୦ ଫୁଟ ଲମ୍ବର ଅହିରାଜ ସାପ – ଉଦ୍ଧାର କଲେ ସର୍ପମିତ୍ର ଅନୁଗୁଳ – କୂଅ ଭିତରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗାଁର ଆଶୁତୋଷ ଅମାନ୍ତଙ୍କ ଏକ…
ମାଳତୀ ଦେବୀ ଆଶ୍ରମ’ ରାଷ୍ଟ୍ରର ଏକ ଶ୍ରଦ୍ଧାର କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ…