ଆଞ୍ଚଳିକ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ବିତ୍ତ ପରିଚାଳକଙ୍କ ପରଲୋକ Angul OnlineDecember 12, 2024December 12, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ବିତ୍ତ ପରିଚାଳକ (DAM) ସପନ ପାତ୍ରଙ୍କ ଆଜି ସକାଳେ ପରଲୋକ ହୋଇ ଯାଇଛି । ସେ ଗତ କିଛି ମାସ ହେବ ଅସୁସ୍ଥ ଥିଲେ । ତାଙ୍କ ପୈତୃକ ଘର ବାଲେଶ୍ଵର ଜିଲ୍ଲାରେ ହୋଇଥିବା ବେଳେ ସେ ପ୍ରାୟ ୭/୮ ବର୍ଷ ହେବ ସେ ଅନୁଗୁଳ ସ୍ୱାସ୍ଥ୍ୟ ବିଭାଗରେ ଅର୍ଥ ପରିଚାଳକ ଥିଲେ ।ଜଣେ ମିଷ୍ଟଭାଷୀ, ମେଳାପୀ ଓ ଦକ୍ଷ କର୍ମଚାରୀ ଭାବେ ସେ ପରିଚିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ଚିକିତ୍ସାଳୟ କର୍ମଚାରୀ ମହଲରେ ଶୋକର ଛାୟା ଖେଳି ଯାଇଛି । Advertisement
୧୩ ଫୁଟର ଅଜଗର ଉଦ୍ଧାର ଅନୁଗୁଳ – ସ୍ନେକ ହେଲପ ଲାଇନ ଦ୍ୱାରା ୧୩ ଫୁଟର ଅଜଗର ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଶଙ୍ଖପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ…
ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା – ଜଣେ ମୃତ ତାଳଚେର -(AO)- ଅନୁଗୁଳ ଜିଲ୍ଲା ତାଳଚେର-ବଅଁରପାଳ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ୫୩ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ମହମ୍ମଦ…
କ୍ୟାଟ ଅନଗୁଳ ଜିଲ୍ଲା ଶାଖାର ପ୍ରତିଷ୍ଠା ଦିବସ ଅନୁଗୁଳ – କ୍ୟାଟ ଅନଗୁଳ ଜିଲ୍ଲା ଶାଖା ର ଚତୁର୍ଥ ପ୍ରତିଷ୍ଠା ଦିବସ ହୋଟେଲ କମଲେସ କଣ୍ଟିନେଣ୍ଟାଲ ଠାରେ ଆୟୋଜିତ ହୋଇଯାଇ ଅଛି । କ୍ୟାଟ ଅନୁଗୁଳ…