ଆଞ୍ଚଳିକ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା – ଜଣେ ମୃତ Angul OnlineAugust 8, 2021August 8, 2021 ତାଳଚେର -(AO)- ଅନୁଗୁଳ ଜିଲ୍ଲା ତାଳଚେର-ବଅଁରପାଳ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ୫୩ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ମହମ୍ମଦ ମୁଦି ନାମକ ବ୍ୟକ୍ତି ତାଳଚେରରୁ ବଲହର ଅଭିମୁଖେ ମୋଟରସାଇକେଲ(ଓଡ଼ି୦୧ଏ ଏଲ୧୩୨୨)ରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହମ୍ମଦ ମୁଦିଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ତାହଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ତଦନ୍ତ କରୁଛି । ମୃତ ମହମ୍ମଦ ମୁଦି ତାଳଚେର ପୌରାଞ୍ଚଳରେ ଭଡାରେ ରହି ବ୍ୟବସାୟ କରୁଥିବାର ସୂଚନା ମିଳିଛି । Advertisement
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର, ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ନିମନ୍ତେ କାର୍ଯ୍ୟାଳୟ ଉଦ୍ଘାଟନ ଅନୁଗୁଳ – ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର, ଅଯୋଧ୍ୟା ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସ୍ଥାନୀୟ ମାରଓ୍ବାଡ଼ି ପଞ୍ଚାୟତ ଧର୍ମଶାଳା ଠାରେ ଏକ କାର୍ଯ୍ୟାଳୟ…
ନଦୀରେ ବୁଡି ମହିଳା ନିଖୋଜ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଇଁଛପଦା ଗାଁ ନିକଟ ଦେଇ ଯାଇଥିବା ଟିକିରା ନଦୀକୁ ଗାଧୋଇବାକୁ ଯାଇ ଜଣେ ମହିଳା ନିଖୋଜ ହୋଇ ଯାଇଛନ୍ତି…
ଗ୍ୟାସ ପାଇପ ଲାଇନ କାମକୁ ବିରୋଦ୍ଧ – କାମ ଛାଡି ପଳାଇଲେ କର୍ମଚାରୀ . ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ବାହାଳସାହି ଗ୍ରାମପଞ୍ଚାୟତର ମାଝୀ ଗୋହିରାପଶି ଗ୍ରାମ ଦେଇ ଯାଉଥିବା ଗ୍ୟସ ପାଇପଳାଇନର କାମକୁ ଗ୍ରାମବାସୀ ତିବ୍ର ବିରୋଧ…