ଆଞ୍ଚଳିକ ବାରହା ଆକ୍ରମଣରେ ଜଣେ ମୃତ Angul OnlineSeptember 13, 2022September 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ମାଣିକଯୋଡି ପଞ୍ଚାୟତ କୂଳସର ଗାଁ ନିକଟ ଜଙ୍ଗଲରେ ବାରହା ଆକ୍ରମଣରେ ନୋଦ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବିନୋଦ ଅନ୍ୟ ଜଣଙ୍କ ସହ ଘର ପାଖ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ହଠାତ ଏକ ଦନ୍ତା ବାରହା ଆକ୍ରମଣ କରିଥିଲା । ବାରହା ଆକ୍ରମଣ କରି ବିନୋଦଙ୍କ ସାରା ଦେହକୁ ଦାନ୍ତରେ କାଟି କ୍ଷତ ବିକ୍ଷତ କରିଦେଇଥିଲା । ସଙ୍ଗରେ ଯାଇଥିବା ଅନ୍ୟ ବ୍ୟକ୍ତି ଜଣଙ୍କ ଦଉଡି ଗାଁରେ ଖବର ଦେଇଥିଲେ । ଖବରପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ବିନୋଦଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
ଖୋଲିବ ଧର୍ମାନୁଷ୍ଠାନ – ସର୍ତ୍ତ ଲାଗୁ ଅନୁଗୁଳ – କୋଭିଡର ସାଂପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାରେ ଥିବା ସମସ୍ତ ମନ୍ଦିର , ମସଜିଦ୍ ଓ ଗୀର୍ଜା ଗୁଡିକୁ ଆସନ୍ତା କାଲି(୩ ସେପ୍ଟେମ୍ବର) ଠାରୁ…
Forsten’s cat ସାପ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କଇଁଛପଦା ଅଞ୍ଚଳରୁ ଏକ Forsten’s Cat Snake ( ବିରାଡି ମୁହାଁ ପାହାଡିଆ ଚିତି) ଉଦ୍ଧାର ହୋଇଛି । ଗାଁର…
ବାଜି ରାଉତ ଛାତ୍ରାବାସରେ ଗାନ୍ଧୀ ଓ ନବକୃଷ୍ଣ ଚିତ୍ର ପ୍ରଦର୍ଶନୀ ଅନୁଗୁଳ- ବାଜି ରାଉତ ଛାତ୍ରାବାସର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ଛାତ୍ରାବାସ ପରିସରରେ ମହାତ୍ମା ଗାନ୍ଧୀ ଓ ନବକୃଷ୍ଣ ଚୌଧୁରୀଙ୍କର ଏକ ବିଶାଳ ଫଟୋ ଚିତ୍ର ପ୍ରଦର୍ଶନୀ…