ମୁଖ୍ୟ ଖବର ଗାଈ ମୃତ୍ୟୁକୁ ନେଇ ଉତ୍ତେଜନା Angul OnlineSeptember 13, 2022September 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ଗ୍ରାମ ଶାଳବଣି ସାହି ଠାରେ ଥିବା ଏକ କୁକୁଡ଼ା ଫାର୍ମରେ ବିଛା ଯାଇଥିବା ଉଚ୍ଚ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଗାର୍ଭବତୀ ଗାଈର ମୃତ୍ୟୁ ହୋଇଛି। ଏହି ଘଟଣା ନେଇ ଗାଁରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ବନବିଭାଗ ସ୍ଥାନୀୟ ପୁଲିସ ପହଞ୍ଚିଥିବା ବେଳେ ଏକ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଥିଲା । ସୂଚନା ଅନୁସାରେ ମହିଧରପୁର ଶାଳବଣି ସାହି ନିକଟରେ ଥିବା ଏକ କୁକୁଡ଼ା ଫର୍ମରେ ଫାର୍ମ ମାଲିକ ଦିନ ଦ୍ୱିପ୍ରହରରେ ୧୧କେଭି ବିଦ୍ୟୁତ ତାର ଫାର୍ମ ଚାରି ପାଖେ ଲଗାଈ ଥିଲେ । ଏହି ସମୟରେ ପାଖରେ ଥିବା ଘାସ ପଡ଼ିଆରେ ଗାଈ ଚରୁଥିବା ସମୟରେ ଏହି ତାରରେ ଲାଗି ଏକ ଗାଈର ମୃତ୍ୟୁ ହୋଇଥିଲା। ତେବେ ଏହି ଅଞ୍ଚଳରେ ବହୁ ସମୟରେ ଜଙ୍ଗଲୀ ଜନ୍ତୁ ଶିକାର ହେଉଥିବା ନଜିର ରହିଛି । ବନ ବିଭାଗ ମଧ୍ୟ ଏ ଅଞ୍ଚଳରେ ପେଟ୍ରୋଲିଂ କରିଥାଏ । ତେବେ କିଭଳି ଏହି ଅଞ୍ଚଳରେ ଦିନ ଦ୍ଵି ପ୍ରହରରେ ୧୧କେଭି ବିଦ୍ୟୁତ ତାର ବିଛାଇ ଥିଲେ ସେ ନେଇ ଲୋକେ ବନବିଭାଗ ଓ ବିଦ୍ୟୁତ ବିଭାଗକୁ ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷେ ଗାଈ ଦେହରେ ମୁକୁଳା ବିଦ୍ୟୁତ ତାର ଲାଗିଥିବା ବେଳେ ବନବିଭାଗର କର୍ମଚାରୀ ଆସି ତାର ଲୁଚାଇ ଦେଇଥିବା ଅଭିଯୋଗ କରି ଲୋକେ ପାଟିତୁଣ୍ଡ କରିଥିଲେ । ଏହି ଅଞ୍ଚଳରେ ଏକ ବିଦ୍ୟାଳୟ ଓ ଏକ ଖେଳ ପଡିଆ ଥିବା ବେଳେ ଅନେକ ସମୟରେ ପିଲା ମାନଙ୍କ ଯାତାୟାତ ରହିଥାଏ। ଗାଈ ବଦଳରେ ମଣିଷ ମଣିଷ ମଧ୍ୟ ଏହି ବିଦ୍ୟୁତ ଫାଶରେ ପଡି ମୃତ୍ୟୁ ବରଣ କରିଥିଲେ ଦାୟୀ କିଏ ହୋଇଥାନ୍ତା ବୋଲି ଲୋକେ ପ୍ରଶ୍ନ କରିବା ସହ ପାଟିତୁଣ୍ଡ କରିଥିଲେ । ଅନେକ ସମୟ ଧରି ଉତ୍ତେଜନା ପରିସ୍ଥିତି ରହିବା ପରେ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । Advertisement
ଟ୍ରକ – ପିକଅପ ମୁହାଁମୁହିଁ ଧକ୍କା – ଜଣେ ମୃତ ,ଜଣେ ଗୁରୁତର ଛେଣ୍ଡିପଦା – ଅନୁଗୁଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡା ଥାନା ଅନ୍ତର୍ଗତ ଲକ୍ଷ୍ମିଧରପୁର ନିକଟରେ ଏକ ଟ୍ରକ ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା…
ଫେରିଗଲା ୧୦ ଲକ୍ଷ ଟଙ୍କା – ନିଶା ମୁକ୍ତ ଭାରତ ଅଭିଯାନରେ ଟଙ୍କାଟିଏ ଖର୍ଚ୍ଚ କଲା ନାହିଁ ପ୍ରଶାସନ ଅନୁଗୁଳ – ନିଶା ମୁକ୍ତ ଭାରତ ଅଭିଯାନରେ ଅନୁଗୁଳ ଜିଲ୍ଲା ଟଙ୍କାଟିଏ ଖର୍ଚ୍ଚ କରି ପାରିଲା ନାହିଁ । ଫଳରେ ସରକାର ଏହି ବାବଦକୁ ଦେଇ ଥିବା…
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକଙ୍କ ନୋମିନୀ ନିଲମ୍ବିତ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନୋମିନୀ ତଥା ବରିଷ୍ଠ ନେତା କ୍ଷୀରୋଦ ବାଘାର । ଦଳ ବିରୋଧୀ…